‘କନସଲ ଭାବେ ନେପୋଲିୟନ୍‌ଙ୍କ ସଂସ୍କାର ମୂଳକ ପଦକ୍ଷେପ’ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଇତିହାସ ବିଭାଗ ପକ୍ଷରୁ ‘କନସଲ ଭାବରେ ନେପୋଲିୟନଙ୍କ ସଂସ୍କାରମୂଳକ ପଦକ୍ଷେପ’ ସଂପର୍କରେ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେପୋଲିୟନଙ୍କ ନେତୃତ୍ଵ ଓ କ୍ଷମତା ସଂପର୍କରେ ଆଲୋଚନା କରିଥିଲେ । ବିକାଶ ଧନୱାରଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପିକା ସ୍ବାତିସ୍ମିତା ସାହୁ ଓ ଅଧ୍ୟାପିକା ଭାନୁମତି ସାହୁ ପ୍ରମୁଖ ନେପୋଲିୟନଙ୍କ ସଂସ୍କାରମୂଳକ ପଦକ୍ଷେପ ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ଗଣ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନେପୋଲିୟନ ବୋନାପାର୍ଟ ଜଣେ ଦକ୍ଷ ସେନାପତି ହେବା ସହ ଜଣେ ଶୃଙ୍ଖଳିତ, ଧୈର୍ଯ୍ୟ, ସହନଶୀଳତାର ବ୍ୟକ୍ତିତ୍ବ ଥିଲେ । ଜଣେ ସୈନିକ ଭାବେ ଜୀବନ ଆରମ୍ଭ କରି ସେ କନସଲ ଭାବେ ଶ୍ରେଷ୍ଠ ପରାକାଷ୍ଠା ଦେଖାଇ ଯାଇଛନ୍ତି । ସେ କନସଲ ଭାବେ ଫ୍ରାନ୍ସରେ ବିପ୍ଳବ ସମୟରେ ବିଶୃଙ୍ଖଳା ଓ ଅବସ୍ଥିତି ତଥା ଦୁର୍ନୀତି ଶାସନର ଅନ୍ତ ଘଟାଇ ଦେଶରେ ସ୍ଥିରତା ଓ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ । ଏହା ସହ ବୈଦେଶିକ ନୀତି, ବିଭିନ୍ନ ସଫଳତା ଓ ବିଫଳତା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସୁଶ୍ରୀ ଅଞ୍ଜନା ସୁରିନ ଓ ସୁଶ୍ରୀ ପିଙ୍କି ନାୟକ ଆଲୋଚ୍ୟ ବିଷୟ ସଂପର୍କରେ ପ୍ରବନ୍ଧ ପାଠ କରିଥିବା ବେଳେ ସୁଶ୍ରୀ କୌଶଲ୍ୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ର ପରିଚାଳନାରେ ସର୍ବଶ୍ରୀ ସୁରଜ ନାୟକ, ସୀମା ବିଭାର, ବିକାଶ ରଂଜନ ମଣ୍ଡଳ, ସାକିନା ବାନୋ, ମଧୁସ୍ମିତା ଓଝା, ଅତିପା ପରୱିନ, ସୁମିତ ଚୌହାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.