ଡାଏଟ୍‌ରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନକୁ ଆହୁରି ଉଚ୍ଚ କରିବି ଓ ଛାତ୍ରଛାତ୍ରୀମାନଙ୍କୁ ସହଜ ସରଳରେ ଅତ୍ୟାଧୁନିକ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ପ୍ରାଥମିକ ସ୍ତରରେ ବହୁଭାଷୀ ଶିକ୍ଷାର ଆବଶ୍ୟକତା ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ରମେଶ ସାହୁ, ଶିକ୍ଷୟତ୍ରୀ ତପସ୍ଵିନୀ ମହାପାତ୍ର ପ୍ରମୁଖ ବହୁ ଶିକ୍ଷାବିତ ଯୋଗ ଦେଇ ମତ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.