ରାଜସ୍ୱ ଅମଲା ସଙ୍ଘ, ସୁବର୍ଣ୍ଣପୁରର ନୂତନ ଜିଲ୍ଲା କର୍ମକର୍ତା ଓ ଅନ୍ୟାନ ସଭ୍ୟମାନଙ୍କ ଜିଲ୍ଲପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ରାଜସ୍ୱ ଅମଲା ସଙ୍ଘ, ସୁବର୍ଣ୍ଣପୁରର ନୂତନ ଜିଲ୍ଲା କର୍ମକର୍ତା ଓ ଅନ୍ୟାନ ସଭ୍ୟମାନଙ୍କ ଜିଲ୍ଲପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା ହୋଇଥିଲା । ଜିଲ୍ଲପାଳ କର୍ମଚାରୀଙ୍କ ପ୍ରତି ତାଙ୍କର ଭାବାବେଗ ପ୍ରକାଶ ପୂର୍ବକ ଜିଲ୍ଲା ପ୍ରଶାସନକୁ ଲୋକଆଭିମୁଖୀ କରିବା ନିମନ୍ତେ ସମସ୍ତ କର୍ମଚାରୀଙ୍କ ସହଯୋଗ ଲୋଡିବା ସଂଗେ ସଂଗେ ଜିଲ୍ଲା ପ୍ରଗତିରେ ସମସ୍ତେ ନିଜ ନିଜ ସର୍ବଶ୍ରେଷ୍ଠ ଯୋଗଦାନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଆଗାମୀ ଦିନରେ କର୍ମଚାରୀମାନଙ୍କ ବିଭିନ୍ନ ଅସୁବିଧା ଓ ଅଭିଯୋଗର ସହୃଦୟତା ସହ ବିଚାର କରାଯିବ ବୋଲି ଜଣାଇଥିଲେ ଏବଂ ନୂତନ କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ରାଜସ୍ୱ ଅମଲା ସଙ୍ଘ, ସୁବର୍ଣ୍ଣପୁର ଜିଲ୍ଲା କର୍ମକର୍ତା ଓ ଅନ୍ୟ ସଭ୍ୟ ସମୂହ ଅତିରିକ୍ତ ଜିଲ୍ଲପାଳ, ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ ଏବଂ ଆରକ୍ଷୀ ଅଧିକାରୀ, ସୁବର୍ଣ୍ଣପୁର ଅମରେଶ ପଣ୍ଡାଙ୍କୁ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ରାଜସ୍ୱ ଅମଲା ସଙ୍ଘ ତରଫରୁ ଅଧ୍ୟକ୍ଷ ନୀଳାମ୍ବର ଶତପଥୀ, ଉପାଧ୍ୟକ୍ଷ ସହଦେବ ମେହେର, ସଭାପତି ଜ୍ୟୋତିରଞ୍ଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କୋଷାଧ୍ୟକ୍ଷ ଜିତେନ୍ଦ୍ରୀୟ ଦୀପ, କାର୍ଯ୍ୟାଳୟ ସମ୍ପାଦକ ଦୀପକ ବିଶ୍ୱାଳ, ମୁଖ୍ୟ ପରାମର୍ଶଦାତା ଅଶୋକ ମିଶ୍ର, ପରାମର୍ଶଦାତା ନିମାଇଁ ବେହେରା, ଗୋପାଳ ପଣ୍ଡା, ଅରବିନ୍ଦ ବାରିକ, ସୁରେଶ ବେହେରା, କାର୍ଯ୍ୟକାରିଣୀ ସଭ୍ୟ ସ୍ୱରୂପ ରଞ୍ଜନ ପୁଜାହାରୀ, ମିନି ପଣ୍ଡା, ସଂଯୁକ୍ତା କାଣ୍ଡ, ସବିତା କୁଅଁର, ଦୁଃଖିଶ୍ୟାମ ସେଠୀ, ଶିବଦତ୍ତ ଦାଶ, ଅରକ୍ଷିତ ନାୟକ, ରିତା ଶତପଥୀ, ସୂର୍ଯ୍ୟନାରାୟଣ ପୁରୋହିତ, ବିଶ୍ଵପ୍ରତାପ ସେଠ, ଆଲୋକ ଦାଶ, ଛନ୍ଦା ଚରଣ ମିଶ୍ର, ଅଶୋକ ଭୋଇ, ବାବୁଲାଲ ସେଠ, ମାନସ ସାହୁ, ବିଶ୍ୱଭୂଷଣ ମହାପାତ୍ର, ମୋନାଲିଶା ନାୟକ, କଲ୍ୟାଣୀ ନାଗ, ମଛିନ୍ଦ୍ର ସୁନା, ସଂପୂର୍ଣ୍ଣା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।