ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡର) ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ, ବିଜୟ କୁମାର ମିଶ୍ର, ପ୍ରମୋଦ ବେହେରା, ରଂଜୁ ଅମାତ, ହନେସ ପାତ୍ର ବାଗ, ଗଗନ ପ୍ରମୁଖ ଏକ୍ସକ୍ୟାଡର ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଓ ନିୟମିତରୁ ବଂଚିତ ଗଣଶିକ୍ଷକଙ୍କୁ ନିୟମିତ କରିବା ନେଇ ଏକ ଆଲୋଚନା ବିଧାୟକ ପ୍ରଣବ ପ୍ରକାଶ, ଅତିରିକ୍ତ ଶାସନ ସଚିବ, ଓସେପା ନିର୍ଦେଶକ, ଏଫ୍ଏ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏଲିମେଣ୍ଟାରି ନିର୍ଦେଶକ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କଲା ପରେ ସମସ୍ତ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ମିଳିଥିବା ମହାସଂଘ ପକ୍ଷରୁ ଜଣାପଡିଛି । ଅନେକ ଶିକ୍ଷକ ଅସମୟରେ ମୃତ୍ୟୁବରଣ କରିଥିବା ବେଳେ କେତେକ ନିୟମିତରୁ ବଂଚିତ ହୋଇଥିବା ଯୋଗୁଁ ତାଙ୍କ ପରିବାର ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି । ତାଙ୍କ ପରିବାରର କୌଣସି ସୁବିଧା କରାଯାଇ ନଥିବା ବେଳେ ଗଣଶିକ୍ଷକ ମାନେ ନିୟମିତ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ସମସ୍ୟା ବର୍ତ୍ତମାନ ସରକାର ସମାଧାନ କରିପାରି ନଥିବାରୁ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ରାଜ୍ୟ ମହାସଂଘ କର ବା ମର ନୀତି ନେଇ ଦୁର୍ବାର ଆନ୍ଦୋଳନ କରିବ ବୋଲି ମହାସଂଘର ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ କହିଛନ୍ତି ।