ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାଦୁର୍ଭାବ ଓ ନିରାକରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ବରିଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଟିବି ରୋଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ତତ୍ୱାବଧାନରେ ଛତ୍ରପୁର ବ୍ଲକର ବରିଷ୍ଠ ଯକ୍ଷ୍ମା ଅଧିକାରୀ ପ୍ରଭାତ କୁମାର ସାହୁ, ଟିବି ଚମ୍ପିୟାନ ମୁନା ବେହେରା, ସ୍ୱେଚ୍ଛାସେବୀ ଅମ୍ଭିକା ପ୍ରସାଦ ଚୌଧୁରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରାୟ ୨ଶହ ଜଣ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଟିବି ରୋଗ ହେଉଛି ଗୋଟିଏ ଜୀବାଣୁ ଜନିତ ଓ ସଂକ୍ରାମକ ଓ ମାରାତ୍ମକ ରୋଗ, ଯାହାକି ଆମେ ଜାଣୁ ରାଜଯକ୍ଷ୍ମା ବା ଯକ୍ଷ୍ମା ରୋଗ ଇଂରାଜୀରେ କୁହାଯାଏ ଟିବି ରୋଗ ବା ଟ୍ୟୁବରକୁଲୋସିସ୍ । ଟିବି ରୋଗ ହେଉଛି ଦୁଇ ପ୍ରକାରର, ଗୋଟିଏ ପୋଲ୍ମୁନାରୀ ଓ ଆଉ ଗୋଟିଏ ଏକ୍ସଟ୍ରା ପୋଲ୍ମୁନାରୀ । ଗୋଟିଏ ହେଉଛି ୮୫% ଛାତି ବା କଫ ଆକାରରେ ହୁଏ ଓ ଆଉ ଗୋଟିଏ ୧୫% ଶରୀରର ପ୍ରତ୍ୟେକ ଅଙ୍ଗରେ ହୁଏ, କେବଳ ନଖ ବା ଚୁଟିକୁ ଛାଡ଼ି ଦେଲେ ସମସ୍ତ ଅଙ୍ଗରେ ହୁଏ । ଟିବି ରୋଗ ହେଉଛି ବାୟୁବାହିତ ରୋଗ, ଯାହାକି ଜଣେ ଟିବି ରୋଗୀ ଯଦି କାଶେ ତା’ର ଜୀବାଣୁ ବାୟୁ ମଣ୍ଡଳରେ ଉଡ଼େ ଓ ଅନ୍ୟ ବ୍ୟକ୍ତିର ନିଶ୍ୱାସ ପ୍ରଶ୍ୱାସରେ ଶରୀର ଭିତରକୁ ଯାଇଥାଏ, ଯାହାକି ଜଣେ ରୋଗୀ ଠାରୁ ଅନ୍ୟ ଜଣେ ସୁସ୍ଥ ଲୋକର ଦେହରେ ଯାଇ ସେହି ବ୍ୟକ୍ତିକୁ ଇନ୍ଫେକ୍ସନ ହୁଏ । ଯଦି ସେହି ବ୍ୟକ୍ତିର ଶାରୀରିକ ଶକ୍ତି ଅବା ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ, ତା’ହେଲେ ରୋଗୀର ଜୀବାଣୁ ସୁସ୍ଥ ଲୋକର ବ୍ୟକ୍ତିର ଶରୀରରେ ପଶି ତାଙ୍କ ଶରୀରରେ ବସାକରି ଅଧିକ ମାତ୍ରାରେ ଯକ୍ଷ୍ମାରୋଗର ଜୀବାଣୁର ବଂଶ ବୃଦ୍ଧି କରିଥାଏ । ଏଥି ସହ ଯକ୍ଷ୍ମାରୋଗ ସମ୍ପର୍କରେ ସମସ୍ତ ବିଷୟକୁ ଛାତ୍ରଛାତ୍ରୀଙ୍କୁ ବୁଝାଯାଇ ଏହି ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମକୁ ଆଲୋକପାତ କରାଯାଇ ସଚେତନତା କରାଯାଇଥିଲା ।