oom

ଜଏଣ୍ଟ କୋଡିନେସନ କମିଟି ରେଳ ଉପଭୋକ୍ତା ସଂଘ ବଲାଙ୍ଗିର ଓ ବରଗଡ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦଙ୍କୁ ଦାବୀପତ୍ର ପ୍ରଦାନ ସହ ବିଭିନ୍ନ ଟ୍ରେନ ଚଳାଚଳ ନେଇ ଆଲୋଚନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଏଣ୍ଟ କୋଡିନେସନ କମିଟି ବଲାଙ୍ଗିର ଓ ବରଗଡ ସଂଘ ପକ୍ଷରୁ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କ ପାଟଣାଗଡ ସ୍ଥିତ ବାସଭବନରେ ସାକ୍ଷାତ କରିବା ଏବଂ ରେଳ ଉପଭୋକ୍ତାଙ୍କ ସୁବିଧା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କମିଟିର କନ୍‌ଭେନର ତଥା ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ବରଗଡ ଜିଲ୍ଲା ସଭାପତି ପ୍ରଦୀପ ଦେବ୍‌ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରମୁଖ ଦାବୀଗୁଡିକ ହେଲା ପୁରୀ-ସମ୍ବଲପୁର ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ୬୦ ବର୍ଷର ବଲାଙ୍ଗିର ଓ ବରଗଡ ରେଳ ଲାଇନକୁ ଭାରତର ରାଜଧାନୀ ଦିଲ୍ଲୀ ସହ ସଂଯୋଗ କରିବାକୁ ହୀରାକୁଦ-ବିଶାଖାପାଟଣା ଏକ୍ସପ୍ରେସକୁ ୩ଦିନ ପାଇଁ ବିଶାଖାପାଟଣା-ଟିଟିଲାଗଡ-ବଲାଙ୍ଗିର-ବରଗଡ-ସମ୍ବଲପୁର ଦେଇ ଦିଲ୍ଲୀ ଯିବା ଆସିବା କରିବା । ଏହି ରୁଟ ଦେଇ ଦିଲ୍ଲୀ ଏହି ଟ୍ରେନ ଚାଲିଲେ ୨୨୭ କିଲୋମିଟର କମ୍‌ ପଡିବା ସହ ୪ଘ.୩୦ମିନିଟ୍‌ ସମୟ କମ୍‌ ପଡିବ । ଏହାସହ ରେଳ ବିଭାଗର ମଧ୍ୟ ଅଧିକ ଇନକମ୍‌ ହେବ ବୋଲି ସଂଘର ସଦସ୍ୟମାନେ ବଲାଙ୍ଗିର ସାଂସଦ ଶ୍ରୀମତି ସିଂହଦେଓଙ୍କୁ ଅବଗତ କରିଥିଲେ । ଏନେଇ ସାଂସଦ ପୂର୍ବରୁ ମଧ୍ୟ ଏହି ଦାବୀଗୁଡିକ ଉପସ୍ଥାପନ କରିଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟ ଶୀଘ୍ର କିପରି ହୋଇ ପାରିବ ସେନେଇ ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଅଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ସଭାପତି ଶ୍ରୀ ମିଶ୍ର ବଲାଙ୍ଗିର ରେଳ ଷ୍ଟେସନର ସୁବିଧା ଅସୁବିଧା ନେଇ ସାଂସଦଙ୍କୁ ଅବଗତ କରିବା ସହ ବଲାଙ୍ଗିର ରେଳ ଷ୍ଟେସନରେ ଲାଗିବାକୁ ଥିବା ଲିପ୍ଟ ଓ ଟିକେଟ କାଉଣ୍ଟରରୁ ପ୍ଟାଟଫର୍ମ ଗେଟ୍‌ ପର୍ଯ୍ୟନ୍ତ ତିଆରି ହେବାକୁ ଥିବା ସେଡ୍‌ କାର୍ଯ୍ୟ ଡେରି ହେଉଥିବା ନେଇ ସୂଚନା ଦେଇଥିଲେ । ସାଂସଦ ବହୁଦିନରୁ ଏହା ଏପୃଭାଲ ହୋଇ ସାରିଥିବା ବେଳେ କାହିଁକି ଡେରି ହେଉଛି ସେନେଇ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିବେ ବୋଲି କହିଥିଲେ । ସାଂସଦଙ୍କ ସହ ଅଲୋଚନା ସମୟରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିବା ବେଳେ ବରଗଡ ରେଳ ଉପଭୋକ୍ତା ସଂଘର ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସଂପାଦକ କମଳ କୁମାର ଯୋଶୀ, ସହସଂପାଦକ କିଶୋର ରଥ, କୋଷାଧ୍ୟକ୍ଷ ଅଭିଜିତ୍‌ ପ୍ରତିହାର ଓ ସଂଜୟ ମେହେର ଉପସ୍ଥିତ ଥିବା ବେଳେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସହସଂପାଦକ ଦିବାକର ହୋତା, କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ, କାର୍ଯ୍ୟକାରିଣୀ ସଦସ୍ୟ ରୁତୁରାଜ ସିଂହ, ରାମ କିଶୋର ସାଏ, କମ୍ବୁପାଣୀ ପୁଝାରୀ, ଜିତୁ ଦାଶ, ଚର୍ଚିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନରେ ଅଂଶଗ୍ରହଣ କରିଥିଲେ । ଏହି ଅବସରେ ସାଂସଦ ଶ୍ରୀମତି ସିଂହଦେଓଙ୍କୁ ରେଳ ଉପଭୋକ୍ତା ସଂଘ ଜଏଣ୍ଟ କୋଡିନେସନ କମିଟି ତରଫରୁ ଏକ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.