ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : କିଟ ଭୁବନେଶ୍ୱର ଆନୁକୂଲ୍ୟରେ ବାରିପଦାର ଆରୟାନ ଇଣ୍ଟରନ୍ୟାସନାଲ ସ୍ମାର୍ଟ ସ୍କୁଲ, ସେଣ୍ଟ ଜାବିୟାର ହାୟାର ସେକଣ୍ଡାରୀ ସ୍କୁଲ ଓ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ଜାତୀୟ ଶିକ୍ଷାନୀତି ତଥା କ୍ୟାରିୟର କାଉନସିଲିଂ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କିଟ୍‌ କ୍ୟାରିୟର ସ୍କୁଲର ପ୍ରଫେସର ଡଃ. ସୁମନ ଭଟ୍ଟାଚାର୍ଯ୍ୟ କମ୍ପ୍ୟୁଟର ବିଜ୍ଞାନ ଏବଂ ଇଂଜିନିୟରିଙ୍ଗ, ଡଃ. ପ୍ରିୟଦର୍ଶୀ ବିଶ୍ୱାଳ, ଡିନ୍‌, କିଟ୍‌ କ୍ୟାରିୟର ସ୍କୁଲ, ଡଃ. ପ୍ରଭାକର ଜେନା, ସହକାରୀ ଗଣିତ ପ୍ରଫେସର, ଡଃ. ଉପାଲି ଅପରାଜିତା ଦାଶ, ସହକାରୀ ପ୍ରଫେସର ଇଲେକଟ୍ରନିକ୍ସ ଏବଂ ଟେଲିକମ୍ୟୁନିକେସନ ପରିଚାଳନା କରିଥିଲେ । ପିଲାମାନେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ନୂତନ ଶିକ୍ଷାନୀତିକୁ ସ୍ୱାଗତ କରିଥିଲେ । ତତ୍‌ ସହିତ ଭବିଷ୍ୟତରେ କେଉଁ ମାର୍ଗରେ ଗଲେ ତାଙ୍କ ପାଇଁ ଠିକ ହେବ ସେ ବିଷୟରେ ଆଲୋଚନା କରିଥିଲେ । ମୂର୍ଚ୍ଛନା ଦାସ ପଟ୍ଟନାୟକ ଓ ରାଜୀବ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.