om academy

ଅଲ୍‌ ଇଣ୍ଡିଆ ମୋବାଇଲ ରିଟେଲର ଏସୋସିଏସନ୍‌ର ବାର୍ଷିକ ଉତ୍ସବ

jsm
  • ଅନଲାଇନ୍‌ ପରିବତ୍ତେ ସ୍ଥାନୀୟ ଦୋକାନ ଉପରେ ଭରଷା ରଖନ୍ତୁ ଗ୍ରାହକ – ଅମିରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଶରେ ବିଭିନ୍ନ ଅନଲାଇନ୍‌ ବିକ୍ରୟ ସଂସ୍ଥା ଗୁଡିକ ଛତୁ ଫୁଟିଲା ପରି ଫୁଟୁଛନ୍ତି । ଜିନିଷ ବିକ୍ରି କରିବା ପାଇଁ ଗ୍ରାହକମାନଙ୍କୁ ନାନା ଲୋଭ ଦେଖାଇ କୌଣସି ମତେ ତାଙ୍କ ଜିନିଷ ବିକ୍ରୟ କରି ଦେଉଛନ୍ତି । କିନ୍ତୁ ଥରେ ଜିନିଷ ବିକ୍ରୟ ହୋଇଗଲେ ଉକ୍ତ ବସ୍ତୁର କୌଣସି ଦାଇତ୍ୱ ନେଉ ନାହାନ୍ତି । ଫଳରେ ଗ୍ରାହକମାନେ ବିଭିନ୍ନ ସମୟରେ ଠକେଇର ଶିକାର ହେବା ଅଭିଯୋଗ ହେଉଛି । ଏହା ସହ ସ୍ଥାନୀୟ ଦୋକାନୀମାନେ ନିଜ ବ୍ୟବସାୟ ହରାଉଛନ୍ତି । ଆଜି ବଲାଙ୍ଗିରରେ ଅଲ୍‌ ଇଣ୍ଡିଆ ରିଟେଲର ଏସୋସିଏସନ୍‌ର ସପ୍ତମ ବାର୍ଷିକ ଉତ୍ସବରେ ଅମିରା ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ବଲାଙ୍ଗିରବାସୀଙ୍କୁ ସ୍ଥାନୀୟ ଦୋକାନୀଙ୍କୁ ସହେଯାଗର ହାତ ବଢାଇବା ପାଇଁ ଅନୁରୋଧ କରିିଛନ୍ତି । ଆଜି ଜିଲ୍ଲା ସଭାପତି ରାମ ଶଙ୍କର ମିଶ୍ରଙ୍କ ସମେତ ସଦସ୍ୟ ମହେଶ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ ଓ ଭିକି ସୁବୁଦ୍ଧି ପ୍ରଥମେ ଲଖ ପାଲି ରାସ୍ତାରେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସମସ୍ତ ସଦସ୍ୟ ସ୍ଥାନୀୟ ରେଡକ୍ରସ ବ୍ଲଡ ବ୍ୟାଙ୍କକୁ ଯାଇ ରକ୍ତଦାନ କରିଥିଲେ । ଏହି ସଂସ୍ଥା ଦୀର୍ଘ ସାତ ବର୍ଷ ହେଲା ଗ୍ରାହକମାନଙ୍କୁ ମୋବାଇଲ ବିକ୍ରୟ କରିବା ସହିତ ତାଙ୍କ ସୁଖଃଦୁଖଃରେ ସାମିଲ ରହିଛି ଓ ଆଗକୁ ମଧ୍ୟ ସେଭଳି ଭାବେ ଗ୍ରାହକଙ୍କ ସହ ରହିବ ବୋଲି ସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଏହି ଅବସରରେ ଅମିରା ସମସ୍ତ ବଲାଙ୍ଗିରବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇଛି ।

Leave A Reply

Your email address will not be published.