ଆସନ୍ତା ୨୩ରୁ ଦ୍ୱିତୀୟ ବଲାଙ୍ଗିର ଅଲ୍‌ ଇଣ୍ଡିଆ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ – ୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର କିସ୍‌ କେମ୍ପସ୍‌ରେ ଆୟୋଜିତ ହେବ ଦ୍ୱିତୀୟ ବଲାଙ୍ଗିର ଅଲ୍‌ ଇଣ୍ଡିଆ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ – ୨୦୨୩ । ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିଏବି ସଭାପତି ସୁକଦେବ ବେହେରା, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ପ୍ରୀୟବ୍ରତ ପଣ୍ଡା, ଟୁର୍ଣ୍ଣାମେଣ୍ଟ ଆଡ଼ିସ୍‌ନାଲ୍‌ ଡାଇରେକ୍ଟର ମନୋଜ କୁମାର ସାହୁ, ଅର୍ଗାନାଇଜିଂ ସେକ୍ରେଟାରୀ କରୁଣାକର ପାତ୍ର ପ୍ରମୁଖ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ଗୋଟିଏ ରାଉଣ୍ଡ ଖେଳ ହେବ । ଏଥି ସହିତ ପ୍ରତ୍ୟେକ ଦିନ ୨ ରାଉଣ୍ଡ ଖେଳ ଚାଲିବ । ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଜଣ ଖେଳାଳୀ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ ନାମ ପଂଜିକରଣ କରି ସାରିଥିବା ବେଳେ ଏଥିରେ ସାଢେ଼ ୪ ଶହରୁ ୫ ଶହ ଖେଳାଳୀ ଭାଗ ନେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୨୦୦ ବୋର୍ଡ ପଡ଼ିବ ବୋଲି ମଧ୍ୟ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.