oom

ଗାଁ ମୁଣ୍ଡ ପ୍ରବେଶ ରାସ୍ତା ପାଲଟିଛି ଆଳିଆଗଦା, ଫେଲ୍ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା

jsmm

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କୁଟାସିଂହା ପଂଚାୟତର କୁଟାସିଂହାକୁ ପ୍ରବେଶ ମୁଖ୍ୟ ରାସ୍ତା କଡରେ ଗଦା ହୋଇଛି କୁଢ଼ କୁଢ଼ ମଇଳା, ଅଳିଆ, ଆବର୍ଜନା, ଅଇଁଠା ଖଲିଦନା, ବଜାରର ପଚାସଢା ପନିପରିବା, ହୋଟେଲ ତଥା ଘରମାନଙ୍କରେ ବଳି ପଡିଥିବା ବାସି ଖାଦ୍ୟ ପଦାର୍ଥ, ଦୋକାନମାନଙ୍କର ଅଳିଆ ସାଙ୍ଗକୁ ମାଛ, କୁକୁଡ଼ା, ଛେଳି କଟା ହେଉଥିବାରୁ ଖାଇବାରୁ ବାଦ ପଡୁଥିବା ଅଙ୍ଗ ପ୍ରତ୍ୟଙ୍ଗ ଗଦା ଉପରେ ପଡିଛି ପୁଣି ଗାଁର କିଛି ଲୋକ ରାସ୍ତା ଉପରେ ଶୌଚ ହେଉଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି, ସୂଚନା ଯୋଗ୍ୟ ଯେ, ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଅଳିଆ ଆବର୍ଜନା ଫିଙ୍ଗିବା କୁଣ୍ଡ ରହିଥିଲେ ମଧ୍ୟ ଲୋକେ ବ୍ୟବହାର କରୁ ନଥିବା ଦେଖିବାକୁ ମିଳିଛି, କୁଟାସିଂହା ହେଉଛି ପଂଚାୟତ ତଥା ଆଖପାଖ ଅଂଚଳର ଏକ ପ୍ରମୁଖ ଗ୍ରାମ ଅଟେ, ସାପ୍ତାହିକ ବଜାର ସ୍କୁଲ କଲେଜ ବ୍ୟାଙ୍କମାନଙ୍କର କିଓସ୍କୋ କମନ ସେଣ୍ଟର ଡାକଘର ସହିତ ଦୈନ୍ୟଦିନ ବ୍ୟବହାରରେ ଆସୁଥିବା ସମସ୍ତ ସାମଗ୍ରୀର ଦୁକାନ ବଜାର ଏଠାରେ ରହିଥିବାରୁ ଅଂଚଳର ପ୍ରାୟ ସମସ୍ତେ ଏହି ଗ୍ରାମ ଉପରେ ନିର୍ଭର କରୁଥିବାରୁ ଏ ଦିଗରେ ଦୃଷ୍ଟି ଦେବାକୁ ଶିକ୍ଷିତ ମହଳରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.