ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଗତ ଏକ ତାରିଖରୁ ଚାଲୁଥିବା ବୈଶାଖୀ ମହୋତ୍ସବରେ ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକ ପୋଲିସ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ହରିଶଙ୍କରଠାରେ ଚାଲୁଥିବା ବୈଶାଖୀ ମହୋତ୍ସବରେ ଦୁଇ ଜଣ ଯୁବକ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ମହୋତ୍ସବରେ ମୁତୟନ ଥିବା ପୋଲିସ ତାଙ୍କୁ ମନା କରିବାରୁ ସେମାନେ ଦୁଇଜଣ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କଲା ପରେ ତାଙ୍କ ବିଷୟରେ ଜଣାପଡିଥିଲା । ଅଭିଯୁକ୍ତ ଦୁଇ ଜଣ ହେଲେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଜିରାଟମାଲ ଗ୍ରାମର ରାଜୁ ପୁଟା ଓ ହୃଷି ଧରୁଆ । ଏନେଇ ଖପ୍ରାଖୋଲ ପୋଲିସ କେସ ନଂ ୬୦/୨୩ ରେ ଦୁଇଜଣଙ୍କ ବିରୁଦ୍ଧରେ ଗୋଟିଏ ମାମଲା ଋଜୁ କରି ଦଫା ୩୪୧/ ୨୯୪/ ୩୨୩/ ୩୫୩/ ୩୦୭/ ୫୦୬/ ୩୪ଆଇପିସି ଅଧିନିୟମ ଅନୁଯାୟୀ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା କେସ ତଦନ୍ତକାରୀ ଅଧିକାରୀ ନାରାୟଣ ସାହୁ ସୂଚନା ଦେଇଛନ୍ତି ।