jayashree

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଲାବାହାଲି ଗାଁରେ ଘନଶ୍ୟାମ ମୁଣ୍ଡା (୬୨) ଆଜି ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘନଶ୍ୟାମ ଆଜି ଭୋର ବେଳେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ଗୋଟିଏ ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ତାଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ । ଘନଶ୍ୟାମଙ୍କ ଚିତ୍କାର ଶୁଣି ଅନ୍ୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଘୋଉଡାଇବା ସହ ଘନଶ୍ୟାମଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଘନଶ୍ୟାମଙ୍କୁ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.