ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଧୀନସ୍ଥ ଘୁନସର ଗାଁରେ ବିଦ୍ୟୁତ ବିଲ ସଂଗ୍ରହ କରିବା ପାଇଁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ଥାନା କେସ୍ ନଂ ୫୪୮/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ନୋଟିସରେ ଛାଡି ଦେଇଥିବା ଜଣାପଡିଛି । ପ୍ରକାଶ ଯେ, ଗତ ୨୬ ତାରିଖ ଦିନ ବେଲଗାଁ ଗ୍ରୀଡ଼ରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ଶେଖର ତ୍ରିପାଠୀ, ଉଦୟ ରଣା ଓ ତାଙ୍କ ଟିମ ଘୁନସର ଗାଁକୁ ପଂହଁଚି ଥିଲେ । ଏଥିରେ ଗାଁର କମଳ ବେହେରାଙ୍କ ଘରକୁ ଯାଇଥିଵା ବେଳେ ହଠାତ କମଳ ବିରକ୍ତି ପ୍ରକାଶ କରି ପ୍ରଥମେ ଉଦୟଙ୍କୁ ବାଇକରେ ଧକ୍କା ଦେଇଥିବା ବେଳେ ଶେଖରଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଦୟ ଶିଶକେଲା ଗାଁର ହୋଇଥିବା ବେଳେ ଶେଖର ରାଉରକେଲାର ବାସିନ୍ଦା ଅଟନ୍ତି । ଏହି ଆକ୍ରମଣ ଘଟଣାକୁ ନେଇ ବିଦ୍ୟୁତ କର୍ମଚାରୀ ମହଲ ଅସନ୍ତୋଷ ଦେଖାଦେଇଛି । ଏହି ଅଭିଯୋଗ ସମୟରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଏସ୍ଡିଓ ଅଂଶୁମାନ ସାହୁ, ବେଲଗାଁ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରତାପ କୁମାର ସାହୁ, ସ୍ଥାନୀୟ ସୁପରଭାଇଜର ସଚିତାନନ୍ଦ ନନ୍ଦ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।