ବାରହା ଆକ୍ରମଣରେ ମହିଳା ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରୀପୁର ଗ୍ରାମର ଜୈନେକ ମହିଳା ବାରହା ଆକ୍ରମଣରେ ଆହାତ ହୋଇଥିବା ଜଣାପଡ଼ିଛି । ଆହାତ ମହିଳା ଜଣଙ୍କ ହେଲେ ପୂର୍ଣ୍ଣ ଛଟୋଇଙ୍କ ପତ୍ନୀ ଅହଲ୍ୟା ଛଟେଇ(୫୨) । ଖବରରୁ ଜଣାପଡ଼ିଛି ସୋମବାର ସକାଳେ ମହିଳା ଜଣଙ୍କ ବିଲକୁ ଯାଇଥିବା ବେଳେ ଏକ ବାରାହା ହଠାତ ତାଙ୍କୁ ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ମହିଳାଙ୍କ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ସଙ୍ଗେସଙ୍ଗେ ଆହାତ ମହିଳାଙ୍କୁ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଖଲିକୋଟ ରେଞ୍ଜ ଅଞ୍ଚଳ ବନକର୍ମଚାରୀ ଖବର ପାଇ ଆହାତ ମହିଳାଙ୍କୁ ଭେଟି ଆକ୍ରମଣ ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.