ଦାଦା, ପୁତୁରା ଓ କାକାର ଆକ୍ରମଣରେ ଭାଇ ଗୁରୁତର : ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଫାଣ୍ଡି ସ୍ଥିତି ବାଦୀପଡା ଗ୍ରାମର ଭବାନି ସାହୁଙ୍କୁ ପରିବାରର ତିନି ଭାଇ, କାକା ଓ ପୁତୁରା ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଭବାନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେସିଙ୍ଗା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ମତେ ଗତକାଲି ସନ୍ଧ୍ୟାରେ ଧାନ କଟା ମେସିନକୁ ନେଇ ଟିକେ ସାହୁଙ୍କ ବିଲକୁ ଯାଇ ଥିଲେ ଭବାନୀ । ସେହି ସମୟରେ ଫେରୁଥିବା ବେଳେ ତାଙ୍କ ପରିବାର ଭାଇ ଗୋଷ୍ଠୀମାନେ ପଛ ପଟରୁ ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ତଳେ ପଡିଯାଇ ଥିବା ବେଳେ ଭବାନୀଙ୍କ ମୃତ୍ୟୁ ହୋଇଯାଇଛି ବୋଲି ତାଙ୍କ ଭାଇ ଗୋଷ୍ଠୀ ଘରକୁ ପଳେଇ ଆସିଲେ । ଭବାନୀଙ୍କ ମୁଣ୍ତରେ ୬ ଚୋଟ, ନାକରେ ୧ ଚୋଟ ପଡିଥିବା ବେଳେ ଗୁରୁତର ହେବା ପରେ ଭାଇ ଗୋଷ୍ଠୀମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଖବର ପାଇବା ପରେ ଘଟଣା ସ୍ଥାନରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.