om academy

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର କର୍ମକର୍ତ୍ତା ଚୟନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଏକ ଆଭାସି ବୈଠକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରାନ୍ତ ସଭାପତି ଡ. ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସଂପାଦକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ଶାଖା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସଭାପତି ଭାବରେ, ଅଚ୍ୟୁତାନନ୍ଦ ଉଦ୍‌ଗାତା ଉପସଭାପତି, ଧର୍ମବ୍ରତ ରଥ ସାଧାରଣ ସଂପାଦକ, ସୁଶ୍ରୀ ସବିତା ଭୋଇ ସହ ସଂପାଦିକା, ବିରଞ୍ଚି ନାରାୟଣ ଦାଶ ସଂଯୋଜକ, ରତ୍ନମୟ ତ୍ରିପାଠୀ ସହ-ସଂଯୋଜକ, ମଦନ ମୋହନ ରଥ କୋଷାଧ୍ୟକ୍ଷ ଓ ରାମଚନ୍ଦ୍ର ପଟେଲ, ଡ. ଅଶୋକ କୁମାର ସେଠି, ରାଧାକୃଷ୍ଣ ପଟ୍ଟନାୟକ, କସ୍ତୁରୀ ରଥ, ସତ୍ୟାନନ୍ଦ ବିଶ୍ୱାଲ, ସୁରୁଚି ମିଶ୍ର, ରାଜମଣି ସାହୁ ପ୍ରମୁଖ କାର୍ଯ୍ୟକାରିଣି ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସୁଶ୍ରୀ ସଂଯୁକ୍ତା ପରିଚ୍ଛା ପରି·ଳନା କରିବା ସହ ଜ୍ୟୋସ୍ନାରାଣୀ ଭୋଇ, ଜ୍ୟୋର୍ତିମୟୀ ମିଶ୍ର, ଶିବ ପ୍ରସାଦ ସା, ସତ୍ୟନାରାୟଣ ପଧାନ ଆଦି ସଦସ୍ୟ ସକ୍ରିୟ ଭାବରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ବ୍ଲକ ସ୍ତରରେ ପରିଷଦର ବିଭିନ୍ନ ସାଂଗଠାନିକ କାର୍ଯ୍ୟକ୍ରମ କରିବା ପାଇଁ ସଭ୍ୟବୃନ୍ଦ ଯୋଜନା ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.