oom

ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା ଟେଟେଙ୍କ ଅଧ୍ୟକ୍ଷତା ଓ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ସ୍ୱାସ୍ଥ୍ୟ ସେବାକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସସ୍ମିତା ବେହେରା ମୁଖ୍ୟ ଅତିଥି ଓ ଏମ୍‌ସିଏ/ଏମ୍‌ବିଏ ବିଭାଗର ନିର୍ଦ୍ଦେଶକ ଡଃ ଶିଶିର କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ୍‌ସ ଦିବସ ପାଳନର ଆବଶ୍ୟକତା, ଏଥି ନିମନ୍ତେ ସଚେତନତା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟଅତିଥି ଡାକ୍ତର ବେହେରା ଏଡ୍‌ସ ହେବାର କାରଣ ଓ ନିରାକରଣ ସଂପର୍କରେ ଆଲୋଚନା କରିବା ସହ ଏଥିରୁ କିପରି ନିସ୍ତାର ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡଃ ଚୌଧୁରୀ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସହ ବିଭିନ୍ନ ଉଦାହରଣ ଦେଇ ଛାତ୍ରମାନଙ୍କୁ ସଚେତନ କରାଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ଟେଟେ ସ୍ୱାଗତ ଅଭିଭାଷଣ ରଖିବା ସହ ଏଭଳି ଆଲୋଚନାଚକ୍ର ମାଧ୍ୟମରେ ସମାଜର ଲାଭ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ର ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟଅତିଥି ଡାକ୍ତର ବେହେରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଭଞ୍ଜନ ବେହେରା, ସଂପାଦକ ପଦ୍ମଲୋଚନ ପଟେଲ, ଫେଲିକ୍ସ ଖେସ, ଜଗନ୍ନାଥ ରଥ, ସୂର୍ଯ୍ୟ ପରିଡା, ଶଙ୍କର ପ୍ରଧାନ, ଦେବେନ୍ଦ୍ର ବେହେରା, ନୀଳକଣ୍ଠ ପ୍ରଧାନ, ଅମୂଲ୍ୟ ଚୌଧୁରୀ, ସଞ୍ଜୁ କିଶାନ, ଉମଙ୍ଗ ପ୍ରଧାନ, କୁଆର ମିଞ୍ଜ, ରଶ୍ମିରଂଜନ ମହନ୍ତ, ଅଭିଷେକ ହରୋ, ଲଳିତ ରଜାକ, ବଟକୃଷ୍ଣ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂଯୋଜକ ଶ୍ରୀ ରାଉତ ଅତିଥିଙ୍କ ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.