ଟ୍ୱିନ୍‌ ସିଟିିରେ ଆହୁରି ବର୍ଷିବ

ଭୁବନେଶ୍ୱର, (ଆକାଶ ମିଶ୍ର) : ଟ୍ୱିନ୍‌ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରାଯାଇଛି । । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ବର ଓ କଟକରେ ପ୍ରବଳରୁ ପ୍ରବଳ ବର୍ଷା ହେବ ।
୨୦ ରୁ ୩୦ ମିମି ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ହେବ ଭୁବନେଶ୍ବର ଓ କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଅବିରତ ଭାବେ ଜାରି ରହିଛି । ଲଗାଣ ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.