ବାଇକ୍ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି : ଜଣେ ମୃତ, ୨ ଆହତ

ଭୁବନେଶ୍ଵର : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା । ଓଭର୍‌ଟେକ୍ କରିବା ବେଳେ ଅଘଟଣ । ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପଟିଆରୁ ଜୟଦେବ ବିହାର ଯିବା ରାସ୍ତାର ଗୋଟିଏ ଓମ୍ଫେଡ୍ ଗାଡ଼ି ଓ ଏକ କେଟିଏମ୍‌ ବାଇକ୍ ଆଗପଛ ହୋଇ ଯାଉଥିଲେ । ନାଲକୋ ଛକରୁ ପଟିଆ ଯାଉଥିବା ରାସ୍ତାରେ ମରାମତି କାର୍ଯ୍ୟ ଚାଲିଥିବାରୁ ଗୋଟିଏ ପଟ ରାସ୍ତାକୁ ସିଲ୍ କରାଯାଇଥିଲା । ରାସ୍ତା ବନ୍ଦ ଥିବାରୁ ରଙ୍ଗ୍ ରୁଟ୍‌ରେ ଗୋଟିଏ ଆଇଚର୍ ଗାଡ଼ି ମାଡ଼ି ଆସିଥିଲା । ବାଇକ୍‌ଟି ଓଭର୍‌ଟେକ୍ କରିବା ସମୟରେ ହଠାତ୍ ଆଇଚର୍ ଗାଡି ମାଡ଼ି ଆସିବାରୁ ବାଇକ୍ ଆରୋହୀ ଭାଇରସାମ୍ୟ ହରାଇ ଓମ୍ଫେଡ୍ ଗାଡ଼ି ତଳେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଶିଖରଚଣ୍ଡୀ ନଗରର ବାପି ସ୍ୱାଇଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.