ଗ୍ୟାସ୍‌ଲିକ୍‌ ହୋଇ ଘରେ ଅଗ୍ନିକାଣ୍ଡ

ବୀରମିତ୍ରପୁର : ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିରରେ ଥିବା ଏକ ଘରେ ଦୋକାନରେ ନିଆଁ ଲାଗିଯାଇଥିଲା । କୁଆଁରମୁଣ୍ଡା ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୧୧ଟା ସମୟରେ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିରେ ଭଡାଘରେ ରହୁଥିବା ସୋନିଆ ବାରିକ ତାଙ୍କ ଛୁଆମାନଙ୍କୁ ସ୍କୁଲ ପଠାଇ ଘର ବନ୍ଦକରି ନିଜେ କାମକରିବା ପାଇଁ ଯାଇଥିଲେ । ସକାଳେ ୧୧ଟା ବେଳେ ଘରେ ଥିବା ସିଲଣ୍ଡରରେ ଗ୍ୟାସ୍‌ଲିକ୍‌ ହୋଇ ଘର ଭିତରେ ନିଆଁ ଲାଗିଥିବା ଦେଖି ବସ୍ତି ଲୋକେ ସୋନିଆଙ୍କୁ ଫୋନ୍‌ ଯୋଗେ ଜଣାଇବା ସହ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.