ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଅଘଟଣ : କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଅଘଟଣ । କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ୍‌ରେ ଅଘଟଣ । ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଏହି ଅଘଟଣ ଘଟିଛି । କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଛନ୍ତି । ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି ଏବଂ ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟି ଯାଇଛି । ସ୍ୱାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ଗତ ଦୁଇଦିନ ତଳୁ ରାୟଗଡା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶା କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ । ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

Leave A Reply

Your email address will not be published.