oom

ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ,

jsmm

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ଘରେ ପଶିଲେ ଚୋର । ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଅଙ୍ଗନବାଡି କର୍ମୀ କରିଥିଲେ ବିରୋଧ । ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।ସୂଚନା ମୁତାବକ, ଅଙ୍ଗନବାଡ଼ି ସୁକାନ୍ତି ସାହୁ ବରି ମାର୍କୋଣା ରାସ୍ତା ପାଖରେ ଘର କରି ସେଠାରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ । ଘର ସାମ୍ନାରେ ତାଙ୍କ ସ୍ୱାମୀ କୈଳାସ ସାହୁ ଏକ ଛୋଟିଆ ପାନ ଦୋକାନ ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ସୁକାନ୍ତିଙ୍କ ସ୍ୱାମୀ କୈଳାଶ ଘରେ ନଥିବାର ସୁଯୋଗ ନେଇ ଚୋରି କରିବା ଉଦ୍ୟମରେ ଦୁର୍ବୁତ୍ତ ମାନେ ତାଙ୍କ ଘରେ ପଶିଥିଲେ । ଏହି ସମୟରେ ସୁକାନ୍ତି ଘରେ ଏକୁଟିଆ ଥିଲେ । ଚୋରି କରିବା ବେଳେ ସୁକାନ୍ତି ବିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଦୁବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ସୁକାନ୍ତି ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ଶୂନ୍ୟ ହୋଇ ଘର ଭିତରେ ପଡ଼ି ରହିଥିଲେ । ତାଙ୍କ ପାଟି ଶୁଣି ପଡ଼ୋଶୀ ଲୋକେ ଦୌଡ଼ି ଆସିଥିଲେ । ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଦେଖି ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ । ସ୍ୱାମୀ କୈଳାସ ଖବର ପାଇ ତୁରନ୍ତ ଘରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁକାନ୍ତିଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୁକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

jittmm
Leave A Reply

Your email address will not be published.