om academy

ସାଲେଭଟାରେ ସୂର୍ଯ୍ୟଙ୍କ ଅଦୃଶ୍ୟ ଛାୟା

jsm

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଠାରେ ଜିରୋ ସେଡୋ ଡେ ଆଜି ସୂର୍ଯ୍ୟଙ୍କ ଶୁନ୍ୟଛାୟାର ବିରଳ ଦୃଶ୍ୟମାନ ହୋଇଛି । ଛୋଟ ବେଳୁ ଆମେଶୁଣି ଆସିଛେ ଛାଇ ଆମ ପିଛା ଛାଡେନାହିଁ । ସୂର୍ଯ୍ୟର ଆଲୋକ ଆମ ଉପରୁ ଭୁପୃଷ୍ଠରେ ପଡି ଛାଇ ସୃଷ୍ଟି ହୁଏ । ଆମ ଗତିକୁ ତାଳଦେଇ ଆମ ସହ ଆଗକୁ ଛାୟୀ ବଢ଼ିଥାଏ । କିନ୍ତୁ ଏପାରି ଦିନଆସେ ସୂର୍ଯ୍ୟର କିରଣ ଅସ୍ୱଚ୍ଛ ବସ୍ତୁ ଉପରେ ପଡୁଥିଲେହେଁ ଛାୟା କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଏ । ଯାହା ଆମକୁ ଚକିତ କରିଦେଇଥାଏ ଏହାଏକ ବିରଳ ଦୃଶ୍ୟ । ଡୁଡୁକା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ନିଜ ଘରେ ପରିକ୍ଷଣ କରିଥିବା ଦେଖାଯାଇଥିଲା । ଚଳିତ ବର୍ଷ ଓଡିଶାର ବିଭିନ୍ନ ସ୍ଥାନରେ ଏପରି ବିରଳ ଜିରୋ ସେଡୋ ଅନୁଷ୍ଠିତ ହୋଇଛି । ଆଜି ନିଦିଷ୍ଟ ଭାବରେ ସାଲେଭଟା ଠାରେ ଏପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଜାଗତିକ ଦୃଶ୍ୟ ଅକ୍ଷାଶ ଓ ଦ୍ରାଘିମା ଅନୁଶାରେ ତାରିଖ ପରିବର୍ତ୍ତନ ଅନୁଶାରେ ସ୍ଥାନ ପରିବର୍ତ୍ତନ ହୋଇଥାଏ । ଆଜି ମେ ୨୫ ତାରିଖରେ ଦିନ ଘ.୧୧.୫୩ ମି. ସମୟରେ, ଏହି ନିର୍ଦ୍ଧିଷ୍ଟ ସମୟରେ ଅକ୍ଷ୍ୟାଂଶ ୨୦.୯୭୧ ଓ ଦ୍ରାଘିମା ୮୩.୫୩୭ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବା ସାଲେଭଟାରେ ସୂର୍ଯ୍ୟ କିରଣ କଣସି ଅସ୍ୱଚ୍ଛ ବସ୍ତୁ ଉପରେ ପଡି ଛୟା ସୃଷ୍ଟି କରିବା ଭଳି ସ୍ୱାଭାବିକ ଘଟଣା ଘଟିବ ନାହିଁ । ଏହି ନିର୍ଦ୍ଧିଷ୍ଟ ସମୟରେ ସୂର୍ଯ୍ୟ ଓ ପୃଥିବୀ ପୃଷ୍ଟରେ ଥିବା ସାଲେଭଟା ଗ୍ରାମ ୯୦ଂରେ ରହିଥିଲା । ବଲାଙ୍ଗିର ସହର ମଧ୍ୟରେ ଗତ ୨୩ ତାରିଖ ଏପରି ଘଟଣା ଘଟିଥିଲା । ବଲାଙ୍ଗିରରୁ ପ୍ରାୟ ୩୨ କି.ମି ସଡ଼ଖ ପଥ ଦୁରତ୍ୱରେ ଥିବା ସାଲେଭଟାରେ ଆଜି ସେହିପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଏହା ନିର୍ଦ୍ଧିଷ୍ଟ ଗବେଷଣାରୁ ଜଣା ପଡିଛି । ଏହି ସମୟରେ ବସ୍ତୁଟି ଉପରେ ସୂର୍ଯ୍ୟ ସରଳ ରେଖାରେ ରହିବା ଯୋଗୁଁ ଏହା ଅସ୍ୱଚ୍ଛ ବସ୍ତୁଟିର ଛାୟା ବସ୍ତୁଟି ଅଧିକାର କରିଥିବା କ୍ଷେତ୍ରଫଳମଧ୍ୟରେ ଏହି ସମୟରେ ସୀମିତ ରହିଯାଇଥିଲା । ତେଣୁ ସୂର୍ଯ୍ୟଙ୍କ ଛାଇଟି ବସ୍ତୁଟର କ୍ଷେତ୍ରଫଳ ମଧ୍ୟରେ ଲୁଚିରହିଥିବାରୁ ଆମକୁ ଏହି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହା ଦେଖାଯାୟୀ ପାରିନଥିଲା । ଛାଇଟି ସୁନ୍ୟତା ମଧ୍ୟରେ ଲୁଚିରହି ବାହାରକୁ ଦେଖାନଯାଇ ଜିରୋ ସେଡୋ ହୋଇଯାଇଥିଲା । ଡୁଡୁକା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ ପ୍ରବୀନ ସାହୁଙ୍କ ପ୍ରେରଣାରେ ଓ ରେଙ୍ଗାଲି ହାଇସ୍କୁଲ୍‌ର ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଓ ବକଟି ବଂଶିଧର ସ୍ମାରକୀ ବିଦ୍ୟାଳୟର ଶିକ୍ଷକ ବିଜୟାନନ୍ଦ ପାଢ଼ୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ଠିକ୍‌ ଏହି ସମୟରେ ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ନିଜ ଘରେ ପରିକ୍ଷଣ ପାଇଁ ପୂର୍ବ ପ୍ରସ୍ତୁତି ଅନୁଶାରେ ଇଟା ଓ କେତେକ ଷ୍ଟିଲ୍‌, କାଚ ପାଣି ଗ୍ଲାସ ରଖି ଦିନ ଘ୧୧.୫୦ ମିରୁ ନିରିକ୍ଷଣ କରି ଥିବାବେଳେ ଦିନ ଘ.୧୧.୫୩ ମି. ସମୟରେ ଛାଇଟି ଗ୍ଲାସ କ୍ଷେତ୍ରଫଳମଧ୍ୟରେ ଲୁଚି ଯାଇଥିବା ଦେଖାଯାଇଥିଲା । ଏହିପରିକ୍ଷଣ ସଂପୂର୍ଣ୍ଣ ଠିକ୍‌ ହୋଇଥିବାରୁ ଅନ୍ୟ ଛାତ୍ରଛାତ୍ରୀଙ୍କ ଉଦାହରଣ ହୋଇଥିବାରୁ ସାଧାରଣରେ ପ୍ରସଂଶା କରାଯାଇଛି । ସାଲେଭଟା ଆଜିର ଦିନରେ ହୋଇଥିବାରୁ ଚଳିତ ବର୍ଷ ଆସନ୍ତା ଜୁଲାଇ ମାସ ଘ.୧୨.୦୨ ମିନିଟ୍‌ରେ ପୁଣି ଥରେ ଏପରି ଜିରୋ ସେଡୋ ଡେ ବା ସୂର୍ଯ୍ୟଙ୍କ ଶୁନ୍ୟ ଛାୟାର ବିରଳଦୃଶ୍ୟ ଦୃଶ୍ୟମାନ ହେବା ଆକଳନ କରାଯାଇଛି । ଅକ୍ଷାଂଶ ୨୦. ୭୨ ଡିଗ୍ରୀ ଓ ଦ୍ରାଘିମା ୮୩.୪୮ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବାରୁ ବଲାଙ୍ଗିର ସହରରେ ଗତ ୨୩ ତାରିଖ ଦିନ ଘ୧୧.୫୨ମିରେ ସୂର୍ଯ୍ୟ ଶୁନ୍ୟ ଛାୟା ସୃଷ୍ଟି ହୋଇଥିଲା । ଏହି ପରିକ୍ଷଣ ଅନୁଶାରେ ବଲାଙ୍ଗିରରେ ଆସନ୍ତା ଜୁଲାଇ ୨୦ ତାରିଖ ଦିନ ଘ୧୧.୪୯ମି.ରେ ଅନୁଷ୍ଠିତ ହେବ । ସେହିପରି ବୁର୍ଲ୍ଲା ସହରରେ ଚଳିତ ମାସ ୨୮ ତାରିଖ ଦିନ ୧୧.୫୨ମି. ଏପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ଏପରି ବୈଜ୍ଞାନୀକ ଚିନ୍ତାଧାରାଥିବା କାରଣ ଗୁଡିକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି କରିବା ସହ ଦ୍ରାଘିମା ଓ ଅକ୍ଷାଂସ ଜାଣିବା ପାଇଁ ଆଗ୍ରହ ସୃଷ୍ଟିକରିବାରେ ସହାୟକ ହେବ ବୋଲି ଡୁଡୁକା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.