ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନ୍ଦଳା ଗାଁର ମୁରଲି ପଧାନ ପ୍ରାୟ ଛଅ ଏକର ଜମିରେ ଧାନଚାଷ କରିଥିଲେ । ଧାନ କାଟି ଜମିରେ ରଖିଥିବା ସମୟରେ ଲଗାଣ ବର୍ଷା ହେତୁ ଧାନ ସବୁ ପାଣିରେ ବୁଡି ଭିଜିଯାଇ କ୍ଷୟକ୍ଷତି ହୋଇଯାଇଥିବା ସେ କହିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ନିମନ୍ତେ ମୁରଲି ପଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.