ଜୟପାଟଣା ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ ବ୍ଲକସ୍ତରୀୟ ଷଷ୍ଠ ସମିତି ଅଧିବେଶନ ସମ୍ପନ୍ନ ହୋଇଯାଇଛି । ଏହି ଅଧିବେଶନରେ ସାମଗ୍ରିକ ବ୍ଲକର ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ଖାଦ୍ୟ ସୁରକ୍ଷା, ନିଶ୍ଚିତ କର୍ମ ନିଯୁକ୍ତି, ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ, ପାନୀୟ ଜଳ ପ୍ରକଳ୍ପ ଓ ଅପହଞ୍ଚ ଇଲାକା ମାନଙ୍କ ବିକାଶ ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା । ଅଧିବେଶନରେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ଅଧ୍ୟକ୍ଷତା କରିଥିବା ବେଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ସାଂସଦ ପ୍ରତିନିଧି ଅବିନାଶ ନନ୍ଦଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ପ୍ରତିନିଧି, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ୨ ଜଣ ନୂତନ ଭତ୍ତା ଭୋଗୀନୁ ବିଧାୟକଙ୍କ ହାତରୁ ଭତ୍ତା ପ୍ରଦାନ କରାଯାଇଥିଲା । ବିଡ଼ିଓ ଧର୍ମ ରାଜ ମାଝୀ ଅଧିବେଶନ ପରିଚାଳନା କରିଥିବା ବେଳେ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.