ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ସଭାପତି ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ପରିଷଦ, ବଲାଙ୍ଗିରର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ମଙ୍ଗଳାଚରଣ ପଠନ ଏବଂ ଆଦିଶକ୍ତିର ଆବିର୍ଭାବ ପ୍ରସଙ୍ଗ ସହିତ ମଧୁମାସର ବୈଶିଷ୍ଟ୍ୟ ବିଷୟରେ ଶ୍ରୀ ମିଶ୍ର ବକ୍ତବ୍ୟ ରଖିଥିଲେ । ସଂପାଦକ ଆଇନଜୀବୀ ଜୟରାମ ମିଶ୍ର ଗତ ଅଧିବେଶନର ବିବରଣୀ ପାଠ ଏବଂ ଶାନ୍ତିପାଠ କରିଥିଲେ । ମୁଖ୍ୟବକ୍ତା କରୁଣାକର ପାଣିଗ୍ରାହୀ ବାସନ୍ତିକ ପୂଜାର ବୈଶିଷ୍ଟ୍ୟକୁ କେନ୍ଦ୍ର କରି ମହିଷାସୁର ଚରିତ ଓ ଆଦିଶକ୍ତି ଦୁର୍ଗାଙ୍କ ବିଷୟକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ତାଙ୍କର ନାଟକୀୟ ଉପସ୍ଥାପନ ଶୈଳୀ ତଥା ଗୀତି କବିତାର ସୁଲଳିତ ଆବୃତି ଶ୍ରୋତା ମନରେ ଭକ୍ତି ଭାବର ସଂଚାର କରିପାରିଥିଲା । ଏହି ଅଧିବେଶନରେ ପଣ୍ଡିତ ଟିକେଶ୍ୱର ଗୁରୁ, ରଘୁନାଥ ମିଶ୍ର, ପର୍ଶୁରାମ ନାୟକ, ନୀଳମଣି ମିଶ୍ର, ଦୁର୍ଗା ଚରଣ ସାହୁ, ମଦନ ମୋହନ ରଥ, ଓଁକାର ନାୟକ, ଆହ୍ଲାଦ କୁମାର ପୂଜାରୀ, ସୀତାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୪ ତାରିଖ ଦିନ ପରିଷଦ ପକ୍ଷରୁ ହନୁମାନ ଜୟନ୍ତୀ ତଥା ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ ସଭାରେ ସଂସ୍କୃତ ପରିଷର ସମସ୍ତ ସଭ୍ୟ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ସହ ସଂପାଦକ ରାଜ କିଶୋର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.