ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ଦ୍ଵିତୀୟ ଅଧିବେଶନ ଘଟଗାଁ ତାରିଣୀ ପୀଠରେ ତା ୦୨.୦୯.୨୦୨୫ ରିଖ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ବୈଦିକ କର୍ମକାଣ୍ଡି ବ୍ରାହ୍ମଣ ସପତ୍ନୀ ଉପସ୍ଥିତ ହୋଇ, ବୈଦିକ ମନ୍ତ୍ର ସହିତ ମାଁ ତାରିଣୀଙ୍କ ଆଜ୍ଞାମାଳ ନେଇ ଶନିଶ୍ଚର ମନ୍ଦିର ଠାରେ ବିଶ୍ଵକଲ୍ୟାଣ ତଥା ସମସ୍ତ ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ବରିଷ୍ଠ ପଣ୍ଡିତ ବିନୟ ମିଶ୍ରଙ୍କ ପୌରୋହିତ୍ୟ ଓ ଆଚାର୍ଯ୍ୟ ଉପ – ସଭାପତି ପଣ୍ଡିତ ବିଶ୍ଵେଶ୍ଵର ଦାଶଙ୍କ ମାଧ୍ୟମରେ ଯଯମାନ ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ପ୍ରତିନିଧି ପଣ୍ଡିତ ସନ୍ତୋଷ ମିଶ୍ର ଓ ପଣ୍ଡିତ ଗୋପୀନାଥ ହୋତାଙ୍କ ଦ୍ଵାରା ଚଣ୍ଡୀପାଠ ଓ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହେଇଥିଲା । ଏଥିରେ କେନ୍ଦୁଝର ସମେତ ଓଡିଶାର ସମସ୍ତ ଜିଲ୍ଲାରେ ଥିବା ବ୍ରାହ୍ମଣ ସମାଜର ପ୍ରତିନିଧିମାନେ ଯୋଗଦେଇଥିଲେ । ଯଜ୍ଞ ସମାପନ ପରେ ପ୍ରାୟ ୫୦୦ ଶହରୁ ଅଧିକ ସପତ୍ନୀକ ବ୍ରାହ୍ମଣ ପ୍ରସାଦ ସେବନ କରିଥିଲେ । ପ୍ରସାଦ ସେବନ ପରେ ଏକ ବୈଠକର ଆୟୋଜନ କରଯାଇଥିଲା । ସେଥିରେ କୋଷାଧ୍ୟକ ପଣ୍ଡିତ ଶାନ୍ତନୁ ଦାଶ ସଭା ପରିଚାଳନା କରିଥିଲେ । ସମ୍ପାଦକ ପଣ୍ଡିତ ପ୍ରକାଶ କୁମାର ମହାପାତ୍ର ବ୍ରାହ୍ମଣ ଏକତା ଏବଂ ବ୍ରାହ୍ମଣଙ୍କ ଦ୍ଵାରା ବିଭିନ୍ନ ସମାଜର ଉନ୍ନତି ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ପଣ୍ଡିତ ବିନୟ ମିଶ୍ର ସଂଗଠନ ମଜଭୂତ ଦିଗରେ ବିଷଦ ଆଲୋଚନା କରିଥିଲେ । ସଭାରେ ସହ- ସଂପାଦକ ପଣ୍ଡିତ ଅମରେନ୍ଦ୍ର ପଣ୍ଡା, ସହ- କୋଷାଧ୍ୟକ୍ଷ ପଣ୍ଡିତ ଜଗଦୀଶ ମିଶ୍ର, ଆଇନ ପରାମର୍ଶଦାତା ପଣ୍ଡିତ କଳନ୍ଧି ମିଶ୍ର, ଉପଦେଷ୍ଟା ମଣ୍ଡଳୀ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣ ଉପସ୍ଥିତ ଥିଲେ । ଜଗନ୍ନାଥ ଗବେଷକ ପଣ୍ଡିତ ନୀଳମଣି ପଣ୍ଡା, ଜଗନ୍ନାଥଙ୍କ ସହିତ ବ୍ରାହ୍ମଣ ମାନଙ୍କ ସମ୍ପର୍କ, ବ୍ରାହ୍ମଣ ମାନଙ୍କ କର୍ମ ଉପରେ ଆଲେକପାତ କରିଥିଲେ । ପରିଶେଷରେ ସଭାପତି ପଣ୍ଡିତ ସୁମନ୍ତ୍ର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସଭାଭଙ୍ଗ ଘୋଷଣା କରିଥିଲେ ।