oom

ସିପିଆଇ ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଆଞ୍ଚଳିକ ପରିଷଦ ଜୋନ୍‌ର କରାପଲ୍ଲୀ ଗ୍ରାମରେ ସିପିଆଇ ଶାଖାର ବାର୍ଷିକ ସମ୍ମିଳନୀ ସୋମବାରିଆ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦ୍‌ଘାଟନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣା ନୀତି, ଚାଷୀମାନଙ୍କ ଧାନ ମଣ୍ଡିରେ ସମସ୍ତ ଚାଷୀମାନଙ୍କ ଧାନନେବା, ବେକାରୀ ସମସ୍ୟା, ଭ୍ରଷ୍ଟାଚାର ମାମଲା ବିରୁଦ୍ଧରେ ଲଢେଇ ଜୋର୍‌ଦାର୍‌ ହେବ ବୋଲି ଉଦ୍‌ଘାଟକ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର କହିଛନ୍ତି । ବର୍ଷିଆନ କମ୍ୟୁନିଷ୍ଟ ନେତା ଦଣ୍ଡପାଣି ବିଷୋୟୀ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ପାର୍ଟିର ଲାଲ ପତାକାକୁ ଆନୁଷ୍ଠାନିକ ଉତ୍ତୋଳନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାସ, ରାଜ୍ୟ ଯୁବସଂଘ ସଭାପତି ପ୍ରଦୀପ କୁମାର ସେଠୀ, ଚମାଖଣ୍ଡି ଜୋନ୍‌ ସମ୍ପାଦକ ସିଏଚ ଜନାର୍ଦ୍ଧନ ରେଡି, ସହସମ୍ପାଦକ ଏନ୍. ଗିରୀଜା ପ୍ରସାଦ ରେଡ୍ଡୀ, ସହସମ୍ପାଦକ ଗୁରୁନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଲକ୍ଷ୍ମୀପୁର ପଞ୍ଚାୟତ ସରପଞ୍ଚ ଝୁଲି ନାହାକ, ଯୁବନେତା କାମ ଦେବ ନାହାକ ଯୋଗ ଦେଇ ଦେଶର ଅଖଣ୍ଡାତା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସାମ୍ପ୍ରଦାୟିକ ଦଙ୍ଗା ବିରୁଦ୍ଧରେ ଲଢେଇ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି । ଏଥିପାଇଁ ଜନ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତା ବର୍ଷ ନିମନ୍ତେ କରାପଲ୍ଲୀ ଶାଖା ପୁନଃବାର ସମ୍ପାଦକ ମାଗୁଣୀ ବିଷୋୟୀ, ସହସମ୍ପାଦକ ରଞ୍ଜନ ଦାଶଙ୍କୁ ମାନୋନୀତ କରିଥିଲେ ।

jittmm
Leave A Reply

Your email address will not be published.