oom

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଫ୍ୟାମିଲି କୋର୍ଟ ଜଜ୍‌ ବେଣୁଦର ପାତ୍ର, ଭିଜିଲାନ୍ସ କୋର୍ଟ ଜଜ୍‌ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍‌ (ପ୍ରଥମ) ଶ୍ରୀମତି ଇତିଶ୍ରୀ ମହାପାତ୍ର, ପିଓ(ଏସ୍‌ସି ଏସ୍‌ଟି ଆକ୍ଟ, ପିଓସି), ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଜୀବନାନନ୍ଦ ପାଢ଼ୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର୍‌ ଅମିତ କୁମାର ବାରିକ, ସିଭିଲ୍‌ ଜଜ୍‌ (ବରିଷ୍ଠ) ଜ୍ୟୋତିରଂଜନ ଦାଶ, ଅତିରିକ୍ତ ସିଭିଲ୍‌ ଜଜ୍‌(ବରିଷ୍ଠ) ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ, ଏସ୍‌ଡ଼ିଜେଏମ୍‌ ମନୋଜ ମହାନ୍ତି, ଜେଏମ୍‌ଏଫ୍‌ସି ପ୍ରକାଶ କୁମାର କର, ସ୍ୱତନ୍ତ୍ର ବିଚାର ବିଭାଗୀୟ ଅଧିକାରୀ ରମେଶ ଚନ୍ଦ୍ର ରାୟଗୁରୁ, ପବ୍ଲିକ୍‌ ପ୍ରୋସିକ୍ୟୁଟର ସୁବାସ ଚନ୍ଦ୍ର ମହାନ୍ତି ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୭ଟି ଦେୱାନୀ ମକଦ୍ଦମା ଫଇସଲା ହୋଇଥିଲା । ୨୮ଟି ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୯୩୮୬୨୯୯.୦୮ ଟଙ୍କା ଆଦାୟ ହୋଇଥିଲା । ୧୩ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୪୯ ଲକ୍ଷ ୮୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ସେହିପରି ୩୦୭ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇ ୪ ଲକ୍ଷ ୬୬ ହଜାର ଜୋରିମାନା ଆଦାୟ ହୋଇଥିବା ବେଳେ ୧୨୬ଟି ପ୍ରାକ୍‌ ମକଦ୍ଦମା ମାମଲାର ସମାଧାନ କରାଯାଇ ୪୦ ଲକ୍ଷ ୨୯ ହଜାର ୧୯୮ ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ମିଳାମିଶାରେ ୨୩ଟି ମାମଲା ଫଇସଲା ହୋଇଥିଲା ।

jittmm
Leave A Reply

Your email address will not be published.