ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍ପିଙ୍କୁ ବଦଳି ହୋଇଛି । ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍ପି ଭାବେ ନିଯୁକ୍ତି ମିଳିଛି । କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍ପି (ଭୁବନେଶ୍ୱର) । ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର କ୍ରାଇମ ଡିସିପି ଭାବେ ନିଯୁକ୍ତି ମିଳିଛି । ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସ୍ପି ଦାୟିତ୍ୱ ମିଳିଛି ।
Prev Post