oom

ଡିଜେଲ ନେବାକୁ ଆସିଥିବା କୃଷ୍ଣ ଚନ୍ଦ୍ର ଖଟୁଆ ହଠାତ୍‌ ହୋଇଗଲେ ଅଚେତ : ମେଦିରତା ପେଟ୍ରୋଲ ପମ୍ପ କର୍ମଚାରୀ ନେଇ କଲେ ଚିକିତ୍ସା

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମେଦିରେତା ପେଟ୍ରୋଲ ପମ୍ପକୁ ସକାଳ ପାଖାପାଖି ୯ଟା ସମୟରେ କେସିଙ୍ଗାରୁ କୃଷ୍ଣ ଚନ୍ଦ୍ର ଖଟୁଆ ଡିଜେଲ ନେବାକୁ ଆସିଥିଲେ । ଅଫିସ ଭିତରେ କଥା ହେଉ ହେଉ ଅଚେତ ହୋଇଯାଇଥିଲେ ଖଟୁଆ । ଏହା ଦେଖି ପେଟ୍ରୋଲ ପମ୍ପ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକ ଏବଂ ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ମିଶି ତାଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଆଣି ଭର୍ତ୍ତି କରିବା ସହ ଚିକିତ୍ସା କରାଇଥିଲେ । ତେବେ ମେଦିରେତା ପେଟ୍ରୋଲ ପମ୍ପ ମ୍ୟାନେଜର ତଥା କର୍ମଚାରୀଙ୍କ ଏହି ସେବା କାର୍ଯ୍ୟ ପାଇଁ ସହରରେ ସେମାନଙ୍କୁ ପ୍ରଶଂସା କରାଯାଉଛି । ଯୁବ ସାମ୍ୱାଦିକ ସଞ୍ଜୟ କୁମାର ନାୟକ ସାଧୁବାଦ ଜଣାଇ ମଣିଷ ଜୀବନରେ କିଏ କାହାକୁ କେତେବେଳେ ସାହାଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି, ଆଜିର ଯୁଗରେ ଭାଇ ଭାଇକୁ ପଚାରୁ ନ ଥିବାବେଳେ ଏହି ଭଳି ସାହାଯ୍ୟ ଲୋକଙ୍କୁ ନିଶ୍ଚୟ କିଛି ଶିକ୍ଷା ଦେବ ବୋଲି କହିଥିଲେ ।

jittmm
Leave A Reply

Your email address will not be published.