oom

ମଣ୍ଡିକୁ ବିଧାୟକଙ୍କ ଅଚାନକ ଗସ୍ତ

jsmm

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ମଣ୍ଡିକୁ ବିଧାୟକଙ୍କ ଅଚାନକ ଗସ୍ତ । ମଣ୍ଡିରେ ପୂର୍ବ ସରକାରରେ ଯେପରି କଟ୍‌ନୀ ଛଟ୍‌ନୀ ଚାଲିଥିଲା । ଏଥରକ ଆଉ ସେପରି ହେବନି । ଏଇଟା ଆମ ନୂଆ ସରକାର । ନୂଆ ସରକାରରେ କଟ୍‌ନୀ ଛଟ୍‌ନୀ କଲେ ସେ ବ୍ୟକ୍ତି ଯିଏ ହଉନା କାହିିଁକି ସିିଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ପେକ୍ସ, ଧରପଗଡ଼ ସ୍ଥିତ ମାଁ ମାଣିକେଶ୍ୱରୀ ଏସ୍‌ଏଚ୍‌ଜି ଏବଂ ଗଣ୍ଡପତ୍ରାପାଲି ପେକ୍ସକୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅଚନାକ ଗସ୍ତ କରି ଏଭଳି କହିଛନ୍ତି । ଖାଲି ଏତିକି ନୁହେଁ ଉପସ୍ଥିତ ଚାଷୀଙ୍କ ସହ ଆଲେଚାନ କରି ଚାଷୀଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ ବିଧାୟକ ଶ୍ରୀ ଜୈନ । ସରକାର ଏଥରକ ଖୋଲମ୍‌ ଖୋଲା ଭାବେ ଚାଷୀଙ୍କୁ ଶୋଷଣ ନ କରିବା ପାଇଁ କହିଥିବା ବେଳେ ମିଲର୍ସ ଓ ପେକ୍ସ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ଧାନ କଟା ଯାଉଥିବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ । ଏହା ସହ ଧରପଗଡ଼ ମାଁ ମାଣିକେଶ୍ୱରୀ ଏସ୍‌ଏଚ୍‌ଜି ନାମକୁ ମାତ୍ର ରହିଥିବା ବେଳେ ମହିଳା ମାନଙ୍କ ଦେଖା ଦର୍ଶନ ନ ମିଳିବା ସହ ତାଙ୍କ ସ୍ୱାମୀ ମାନେ ହିିଁ ଚାଷୀଙ୍କ ଧାନ କିଣୁଥିବା ନେଇ ବୋଲି ଚାଷୀମାନେ କହିଛନ୍ତି । ବିଧାୟକ ଶ୍ରୀ ଜୈନ ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ତଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

jittmm
Leave A Reply

Your email address will not be published.