ଚର୍ଚ୍ଚାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା : ଏଡିଏମ୍‌କୁ ସାକ୍ଷାତ କରି ଘଟଣାର ସଠିକ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ଦେଲା ଏବିଭିପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚର୍ଚ୍ଚାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଏପର୍ଯ୍ୟନ୍ତ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଆଜି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଖୁବ୍‌ ଶୀଘ୍ର ତଦନ୍ତ ଓ ସଠିକ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ଏଡିଏମ୍‌ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟ ସହ ସଂପାଦକ ବିଜୟ କଲ୍‌ତା, ବଲାଙ୍ଗିର ଜିଲ୍ଲା ସଂଗଠନ ସଂପାଦକ ଲଳିତ ଦାଶ, ଚୁଡାମଣୀ ମେହେର, ନବୀନ ସଗରିଆ. କୃପାସିନ୍ଧୁ ଭୋଇ ପ୍ରମୁଖ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.