oom

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଆଂଚଳିକ ଭକ୍ତଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ୨୦୨୪

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ପଂଚାୟତର ସାଲେଡିଗ୍ରୀ (ଟିମନଭାଡି) ଗ୍ରାମରେ ଆଂଚଳିକ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱ ଶାନ୍ତି ଘୃତ ଯଜ୍ଞ, ଠାକୁରଙ୍କ ଭକ୍ତଗୋଷ୍ଠୀ ସ୍ତବ, ଷଢପୋଚାର ପୂଜା, ଭଜନ, କିର୍ତ୍ତନ, ପ୍ରବଚନ ଶେଷରେ ପୂର୍ଣ୍ଣ ଆଳତୀ ହୋଇ ପ୍ରସାଦ ସେବନ ହୋଇଥିଲା । ଉକ୍ତ ଉତ୍ସବରେ ଶାନ୍ତି ଆନନ୍ଦାଶ୍ରମ, ପୁରୀ, କରମଳା ମଠର ବରିଷ୍ଠ ନାମଚାର୍ଯ୍ୟ ବାବାଜୀ ଶ୍ରୀ ଶେଷଦେବ ଦାସ, ବାବାଜୀ ସୁମନ୍ତ ଦାସ ଏବଂ ମୁଖ୍ୟ ଅତିଥି ଭାବେ ସାହିତ୍ୟ, ସଂସ୍କୃତି ଗବେଷକ ପ୍ରାଧ୍ୟାପକ ଡ. ଦୋଳଗୋବିନ୍ଦ ବିଶି ଯୋଗ ଦେଇଥିଲେ ତଥା କଳାହାଣ୍ଡି ଜୁନାଗଡ, ଚହଗାଁ ଅଂଚଳର ଭକ୍ତ, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗାଁମାନଙ୍କର ଭକ୍ତ ସମୁହ, ବଲାଙ୍ଗିର ଅଂଚଳର ଭକ୍ତମାନେ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଆଞ୍ଚଳିକ ଭକ୍ତଗୋଷ୍ଠି, ସାଲେଡିଗ୍ରୀ, ଟିଟିଲାଗଡ଼ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.