centurian jitm

କୁକୁଡାଙ୍କୁ ବିଷ ଦେଇ ହତ୍ୟା କରିଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମରେ କେହି ଦୁବୃର୍ତ୍ତ କୁକୁଡାଙ୍କୁ ବିଷ ଦେଇ ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ କୁକୁଡ଼ା ଚାଷୀ । ସୂଚନା ଅନୁଯାୟୀ ସାଲେପାଲି ଗ୍ରାମର ଶ୍ୟାମନନ୍ଦ ବାଗ ଦିନେ ପଶୁ ବିଭାଗର ବିଜ୍ଞାପନ ଦେଖିଲେ ଯେ, କୁକୁଡା ଚାଷ କଲେ ସରକାରୀ ସୁବିଧା ମିଳିବ । ତେଣୁ ତୁରନ୍ତ ସେ ଖପ୍ରାଖୋଲ ସ୍ଥିତ ପଶୁ ଡାକ୍ତରଖାନାର ଏଲ୍‌. ଆଇ.ଙ୍କ ସହ ସାକ୍ଷାତ କରି କିପରି ସେ କୁକୁଡ଼ା ଚାଷ କରିବେ ଏବଂ ଏଥିପାଇଁ ତାଙ୍କୁ କଣ କଣ କରିବାକୁ ହେବ ବୁଝି ନେଇଥିଲେ । ସରକାରଙ୍କ ତରଫରୁ ତାଙ୍କୁ ୧ ଲକ୍ଷ ୮୨ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏଥିରେ ଚାଳିଶି ପ୍ରତିଶତ ହିସାବରେ ୭୨ ହଜାର ଟଙ୍କା ଋଣ ଛାଡର ବ୍ୟବସ୍ଥା ରହିଥିଲା । ସେ ନିଜ ଜାଗାରେ ଏକ କୁକୁଡା ଫାର୍ମ କରି ପ୍ରାୟ ୭୦୦ କୁକୁଡ଼ା ରଖି ବେଶ ସ୍ୱାବଲମ୍ବୀ ହେବା ପାଇଁ ଚାହୁଁଥିବା ବେଳେ ମଙ୍ଗଳବାର ରାତିରେ କେହି ଦୁର୍ବୃର୍ତ୍ତ ଖୁଦରେ ବିଷ ଗୋଳାଇ କୁକୁଡାଙ୍କୁ ଦେଇ ଦେଇଥିଲେ । ଫଳରେ ୨୦୦ରୁ ଉର୍ଦ୍ଧ୍ଵ କୁକୁଡ଼ା ବିଷକ୍ରିୟାରେ ମୃତ୍ୟୁ ବରଣ କରିଥିବା ଶ୍ୟାମନନ୍ଦ ପ୍ରକାଶ କରିଛନ୍ତି । ଏନେଇ ସେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପୋଲିସ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦାରଖ କରିଥିବା ବେଳେ ଖପ୍ରାଖୋଲ ଥାନା କେସ୍‌ ନଂ ୧୭୦/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ସେ କହିଛନ୍ତି । ଅନ୍ୟପକ୍ଷେ କୁକୁଡ଼ା ଚାଷୀ ଜଣକ ଭାଙ୍ଗି ପଡିଛନ୍ତି ତେବେ ଏଥିପାଇଁ ସେ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.