
ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ଥାନା ଛେଲଖାଇ ଗ୍ରାମର ଅବିନ ବାଗଙ୍କୁ ସେହି ଗ୍ରାମର ଗୋପାଳ ମହାକୁର ଓ ତାଙ୍କ ପୁଅ ଠେଙ୍ଗାରେ ଆକ୍ରମଣ କରିବା ଯୋଗୁଁ ଅବିନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ପୂର୍ବ ଶତ୍ରୁତାରୁ ଗୋପାଳ ଓ ତାଙ୍କ ପୁଅ ଗିରିଧାରୀ ଏକ ଠେଙ୍ଗା ଦ୍ୱାରା ଅବିନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଅବିନ ଗୁରୁତର ଆହତ ହୋଇଥିଲେ । ତାଙ୍କ ଅଭିଯୋଗ କ୍ରମେ ଆଗଲପୁର ପୋଲିସ ୩୦୭ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।