oom

ପିଇବା ପାଣି ପାଇଁ ମହିଳା ମାନେ ବିଡ଼ିଓଙ୍କ ଠାରେ ଅଭିଯୋଗ କଲେ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ । ଅନେକ ଜାଗାରେ ନଳକୂପ ଅଚଳ ଥିବା ବେଳେ ତାହାକୁ ମଧ୍ୟ ମରାମତି କରିଛନ୍ତି ବ୍ଳକ ପ୍ରଶାସନ । କିନ୍ତୁ ଦୁଇ ବର୍ଷ ହେଲାଣି ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସଇଁନ୍ତଲା ବ୍ଳକ କୁଇକେଡା ୟୁପି ସ୍କୁଲର ଉର୍ମିଳା ମହାନନ୍ଦ, ସକୀ ତାଣ୍ଡି, ଯଜ୍ଞ ସିନି ତାଣ୍ଡି, ଫୁଲ ତାଣ୍ଡି, ଦେବକୀ ତାଣ୍ଡି, ବିଜୟା ତାଣ୍ଡି, ଅହଲ୍ୟା ତାଣ୍ଡି ପ୍ରମୁଖ । ଅନେକ ଥର ପଞ୍ଚାୟତ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନ ଥିବା ବେଳେ ଶେଷରେ ପ୍ରବଳ ଖରାରେ ବ୍ଳକ କାର୍ୟ୍ୟଲୟକୁ ଆସି ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଠାରେ ଅଭିଯୋଗ ଜଣାଇଛନ୍ତି । ତେବେ ପିଇବା ପାଣିର ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ମଧ୍ୟ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥିଲେ ।

jittmm
Leave A Reply

Your email address will not be published.