jayashree

ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ : ଥାନାରେ ଦ୍ୱାରସ୍ଥ ହେଲେ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରି ସେହି ଭିଡିଓ ଭାଇରାଲ କରିଥିବା ମହିଳା ଜଣକ ଅଭିେଯାଗ କରିଛନ୍ତି । ତାହା ଜାଣି ମହିଳା ଜଣକ ପ୍ରତିବାଦ କରିବାରୁ ଜିଆର୍‌ଏସ୍‌ ଜାତିଆଣ ଆକ୍ଷେପ କରିବା ସହ ତାଙ୍କ ଜଣେ ସହଯୋଗୀ ଉକ୍ତ ମହିଳାଙ୍କୁ ଜୀବନରେ ମାରିଦେବାକୁ ଚେତାବନୀ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜିଆର୍‌ଏସ୍‌ ଶ୍ରୀ ସାହୁ ମହିଳା ଜଣଙ୍କୁ ପିଡିଏସ୍‌ ଚାଉଳ ନେବାପାଇଁ ଅଫିସକୁ ଡାକିଥିଲେ । ମହିଳା ଜଣକ ଅଫିସକୁ ଆସିବା ପରେ ଜିଆର୍‌ଏସ୍‌ ଅଫିସରେ କେହି ନଥିବା ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତା’ ପରେ ବାବୁ ଜଣକ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ । କିଛିଦିନ ପରେ ପୁଣି ସେହି ମହିଳାଙ୍କୁ ଅଫିସକୁ ଡାକିବାରୁ ମହିଳା ଜଣକ ବାବୁଙ୍କ କଥା ଶୁଣି ନଥିଲେ । ପ୍ରତିବାଦ କରିବାରୁ ଜିଆର୍‌ଏସ୍‌ ଶ୍ରୀ ସାହୁ ମହିଳାଙ୍କୁ ଆକ୍ରମଣ କରିଥିଲେ । ଫଳରେ ମହିଳା ଜଣକ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କୁ ଭୀମ ଭୋଇ ମେଡିକାଲକୁ ପଠାଯାଇଥିବା ସୂଚନାରୁ ପ୍ରକାଶ । ସୁସ୍ଥ ହୋଇ ମହିଳା ଜଣକ ଘଟଣା ବିଷୟରେ ଆଗଲପୁର ଥାନାରେ ଅଭିଯୋଗ କରିଥିଲେ । ଆଗଲପୁର ଥାନା ଅଧିକାରୀ ଶ୍ରୀ ଭୋଇ ଜିଆର୍‌ଏସ୍‌ ଓ ତାଙ୍କ ସହଯୋଗୀ ଫେରାର୍‌ ଥିବା ସହ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କୁ ଖୋଜାଖୋଜି ଚାଲୁଛି ବୋଲି ପ୍ରକାଶ କରନ୍ତି ।

Leave A Reply

Your email address will not be published.