ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକଠାରେ ଗତକାଲି ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀଙ୍କର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୨୮ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ପାଇକମାଲ ବ୍ଲକ ଅଧିନରେ ଥିବା ୨୨ ଗୋଟି ଗ୍ରାମ ପଞ୍ଚାୟତର ବହୁ ପୁରୁଷ ଓ ମହିଳା ସମେତ ବିଭିନ୍ନ ସଙ୍ଗଠନ ନିଜ ନିଜ ସମସ୍ୟା ଉପରେ ଅଭିଯୋଗ କରିଥିଲେ । ଆବାସ ଯୋଜନା,
ପିଡିଏସ୍‌, ଜଳସେଚନ, ୫ଟି ସମସ୍ୟା ଆଦି ନିମନ୍ତେ ବହୁଲୋକ ଅଭିଯୋଗ କରିଥିଲେ । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁ ନଥିବା ଅଭିଯୋଗରୁ ଜଣାପଡ଼ିଛି । ଜିଲ୍ଲାପାଳ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କଡା ନିର୍ଦ୍ଦେଶ କରିଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କିଛି ଅଧିକାରୀ ଉପସ୍ଥିତ ରହି ନଥିବା ଜଣାପଡିଛି । ବରଗଡ ପିଡି ଆଦିତ୍ୟ ଗୋୟଲ୍, ଏସ୍‌.ପି. ପ୍ରହଲ୍ଲାଦ ସାହି ମିନା, ସବ ଡ଼ିଭିଜନାଲ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ଉପଜିଲ୍ଲାପାଳ ସଦାକର କୁମ୍ଭାର, ପି.ଡବ୍ଲୁ.ଡି.ଏସ୍.ଡି.ଓ.ଜିତେନ୍ଦ୍ର ମେହେର ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ । ପାଇକମାଲ ବ୍ଲକ ବିଡ଼ିଓ ସୁରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.