jayashree

ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ହୋଇଥିବା ଜିଲ୍ଲା ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ପରିବାର ଅଭିଯୋଗ କରିଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଉକ୍ତ ଦଳିତ ପରିବାର ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ପୋଲସରା ସହରର ଗ୍ରାମ କୁଳ ସମାଜରେ ଅନେକ ନିର୍ଯ୍ୟାତନା ଭଳି ଜୋରିମାନା ଏବଂ ଦଣ୍ଡ ଭୋଗିବାକୁ ପଡ଼ୁଛି । ପରିବାରର ମୁଖ୍ୟ ଅଭିମନ୍ୟୁ ସାହୁ, ପୁତ୍ର ପରୀକ୍ଷିତ ସାହୁଙ୍କ ସମେତ ପରିବାର ଏଭଳି ନିର୍ଯ୍ୟାତିତ ହୋଇଥିବା କୁହାଯାଇଛି । କୁଳସଂଘର ମୁଖିଆଙ୍କୁ ସହ ପୋଲସରା ଥାନା କର୍ତ୍ତୃପକ୍ଷଙ୍କ ମଧୁ ଚନ୍ଦ୍ରିକା ରହିଛି । ବାସନ୍ଦ ପରିବାରଙ୍କ ଅଭିଯୋଗ କ୍ରମେ ଥାନାକୁ ଗଲେ ତାଙ୍କୁ ଅସଦାଚରଣ, ମାଡ଼, ଗାଳିର ଶିକାର ହେବାକୁ ପଡ଼ିଛି । ଥାନା କର୍ତ୍ତୃପକ୍ଷ ବାସନ୍ଦ କରିଥିବା ଭଦ୍ର ମୁଖିଆଙ୍କୁ ଡକାଇ ଫଇସଲା ନ କରି ଓଲଟା ସେମାନଙ୍କୁ ମାଡ଼, ଗାଳି ଦେଉଥିବା ଅଭିଯୋଗ ହେଉଛି । ଏ ସମସ୍ୟାର ସମାଧାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.