centurian jitm

ଟିଟିଲାଗଡ଼ ହାଟପଦାପଡ଼ା ଦୈନିକ ବଜାର ଦୋକାନ ଗୃହ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରେ ନୂତନ ଦୋକାନ ଗୃହ, ନୂତନ କଲ୍ୟାଣ ମଣ୍ଡପ, ପାର୍କ ନିର୍ମାଣ ଆଦି ସାମିଲ୍‌ ରହିଛି । ସେହି କ୍ରମରେ ଟିଟିଲାଗଡ ପୌରପରିଷଦର ହାଟପଦାପଡ଼ା ଦୈନିକ ବଜାରର ଉନ୍ନତିକରଣ ନିମନ୍ତେ ବଜାର ଭିତରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରଶାସନ ପକ୍ଷରୁ ୬ ମାସ ଭିତରେ ନିର୍ମାଣ କାର୍ଯ୍ୟ ସରିବ ବୋଲି ପ୍ରତିଶୃତି ଦିଆଯାଇଥିବା ବେଳେ ବର୍ଷେରୁ ଅଧିକ ସମୟ ବିତି ସାରିଥିଲେ ହେଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିିଁ । ଏଥିସହିତ କରାଯାଇଥିବା କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର ବୋଲି ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କଠାରୁ ଅନୁଦାନ ଅର୍ଥ ଆସିବାରେ କମ୍‌ ହେଉନି, କିନ୍ତୁ କାର୍ଯ୍ୟ କାହିଁକି ନିମ୍ନ ମାନର କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କିଭଳି ସରକାରୀ ଅନୁଦାନର ବାଟମାରଣା ହେଉଛି ଏହା ତାର ନଗ୍ନ ନମୁନା ବୋଲି ଅଭିଯୋଗ କରିବା ସହ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭଲ ଭାବରେ କାମ କରାଯାଉ ବୋଲି ବ୍ୟବସାୟୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.