ଉପରବାହାଲ ଗ୍ରାମ ପଂଚାୟତ ଭିଏଡବ୍ଲୁଙ୍କ ବଦଳି ଦାବୀରେ ବ୍ଲକ କୃଷି ଅଧିକାରୀଙ୍କୁ ଲିଖିତ ଅଭିେଯାଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଂଚାୟତ ଭିଏଡବ୍ଲୁଙ୍କ ମନମାନି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଂଚାୟତ ଅଧିବାସୀ ବ୍ଲକ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉପରବାହାଲ ପଂଚାୟତରେ ଥିବା ଗ୍ରାମ୍ୟ କୃଷି ଅଧିକାରୀ (ଭିଏଡବ୍ଲୁ) ଶ୍ରୀମତୀ ରୌପ୍ୟକାନ୍ତି ନାଏକ ଦୀର୍ଘ ୩୦ ବର୍ଷ ହେବ ଗୋଟିଏ ପଂଚାୟତରେ କାମ କରି ଆସୁଛନ୍ତି । ଉକ୍ତ କର୍ମଚାରୀ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ କାମ ଠିକ୍‌ ଭାବେ ନ କରିବା ସହ କାହାକୁ ଖାତିର କରନ୍ତି ନାହିଁ । ତା’ସଂଗେ କୃଷକ ସାଥୀ ମଧ୍ୟ ସେଥିରୁ ବାଦ ପଡି ନାହାନ୍ତି । ତେଣୁ ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ୱରରେ ଲିଖିତ ଅଭିଯୋଗ କରିଥିଲେ । ତା’ପରେ ୫ଟି ସଚିବ ଭୁବନେଶ୍ୱର, କୃଷି ସଚିବ ଭୁବନେଶ୍ୱର, ଜିଲ୍ଲା କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଜିଲ୍ଲା କୃଷି ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ତଦନ୍ତରେ ଆସି ପଂଚାୟତର ବିଭିନ୍ନ ଗ୍ରାମ ଯଥା ଫଟାମୁଣ୍ଡା, ମହୁଲପାଲି ଆଦି ଗ୍ରାମମାନଙ୍କୁ ଯାଇ ତଦନ୍ତ କରିଥିବା ନେଇ ସୂଚନା ମିଳିଛି । ପୁଣି ପଂଚାୟତ ସରପଂଚ, ୱାର୍ଡ ସଭ୍ୟ ସଭ୍ୟା ପଂଚାୟତର ଜନସାଧାରଣ ମିଶି ବ୍ଲକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁସାରେ ଭିଏଡବ୍ଲୁ ସମସ୍ତ କାର୍ଯ୍ୟ ମନମାନି କରୁଛନ୍ତି, କୌଣସି ଚାଷୀଙ୍କ ଯୋଗାଯୋଗରେ ରହୁ ନାହାନ୍ତି, ସରକାରଙ୍କ ୫ଟି କାର୍ଯ୍ୟକ୍ରମ ମୁତାବକ ପ୍ରତି ୭ଦିନରେ ଥରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଅତି କମ୍‌ରେ ୬ଘଣ୍ଟା ବସିବା କଥା କିଂତୁ ନିଜେ ନ ଆସି କୃଷକ ସାଥୀ କିମ୍ବା ତାଙ୍କ ସ୍ୱାମୀ ଆସି ପଂଚାୟତରୁ ଫଟୋ ନେଇ ପଳାନ୍ତି । କୌଣସି କ୍ଷେତ୍ର ପରିଦର୍ଶନରେ ଆସନ୍ତି ନାହିଁ । ସରକାରଙ୍କ ନିୟମ ମୁତାବକ କୌଣସି କର୍ମଚାରୀ ଗୋଟିଏ ସ୍ଥାନରେ ୩୦ ବର୍ଷ ଚାକିରି କରିପାରିବେ ନାହିଁ କିଂତୁ ଉପରବାହାଲ ପଂଚାୟତରେ ତାହା ସମ୍ଭବ ହୋଇପାରିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଣୁ ଉକ୍ତ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.