oom

ପଲସଦା ପଞ୍ଚାୟତରେ ଭତ୍ତା ପାଇବାରୁ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତ ବୟସରେ ଗରିବ ଅସହାୟ ବ୍ୟକ୍ତିମାନଙ୍କ ନିମନ୍ତେ ସାମାଜିକ ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ପରିତ୍ୟକ୍ତ ଭତ୍ତା, ଅବିବାହିତ ଭତ୍ତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କର ଖାମଖିଆଲି ନୀତି ଓ ଆନ୍ତରିକତାର ଅଭାବ ହେତୁ ଯୋଗ୍ୟ ହିତାଧିକାରୀମାନେ ଉପକୃତ ହୋଇ ପାରୁ ନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ମନୋହର ସାହୁ ବୟସ ୬୩ ବର୍ଷ ହେବ ସେ ଅନେକ ଥର ପ୍ରଶାସନ ନିକଟରେ ଆବେଦନ କଲେ ସୁଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇ ପାରୁ ନଥିବା ଅଭିଯୋଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଲୋକ ଅଟନ୍ତି । ପୁଣି ଅନ୍ୟ ପକ୍ଷରେ ତାଙ୍କ ଝିଅ ଲବଙ୍ଗ ଲତା ବୟସ ୩୮ ବର୍ଷ ଆଜକୁ ଅବିବାହିତ ଅବସ୍ଥାରେ ଘରେ ରହି ଆସୁଛନ୍ତି । ଭତ୍ତା ପାଇଁ ଅନେକ ଥର ଆବେଦନ କଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.