୨୫ ବର୍ଷରୁ ଅଧିକ ହେବ ବାସୁଦେବପଡାବାସୀ ପାନୀୟ ଜଳ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ବେଲପଡା ଗ୍ରାମର ବସୁଦେବପଡ଼ାକୁ ୨୫ ବର୍ଷରୁ ଅଧିକ ହେବ ପାନୀୟ ଜଳ ପହଞ୍ଚି ନଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ବେଲପଡା ବ୍ଲକ କାର୍ଯ୍ୟାଳୟର ହେଡକ୍ୱାଟର୍ସ ବେଲପଡା ହୋଇଥିଲେ ହେଁ ବାସୁଦେବପଡ଼ାକୁ ସ୍ୱଜଳଧାରାରୁ ପାନୀୟଜଳ ସଂଯୋଗ ହୋଇପାରିନାହିଁ । ଯାହା ଫଳରେ ପଡ଼ାରେ ପାନୀୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପ୍ରାୟ ଦେଢ କିମି ରାସ୍ତା ଯାଇ ପାନୀୟ ଜଳ ଆଣିଥାନ୍ତି । ଅନ୍ୟ ପକ୍ଷରେ ଉକ୍ତ ବାସୁଦେବପଡ଼ାକୁ ପାଣି ସପ୍ଲାଇ ପାଇଁ ପାଇପ ମଧ୍ୟ ପୋତା ହୋଇସାରିଛି ହେଲେ ପାଣି ସଂଯୋଗ କରାଯାଇନାହିଁ । ପଡାବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଆସି ସ୍ଵଜଳଧାର ପ୍ରକଳ୍ପକୁ ଉଦ୍‌ଘାଟନ ମଧ୍ୟ କରିଥିଲେ ଏବଂ ସମସ୍ତ ପଡାକୁ ପାନୀୟ ଜଳ ପହଞ୍ଚିବ ବୋଲି ପ୍ରତିଶୃତ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବାସୁଦେବପଡାକୁ ପାଣି ଲାଗି ପାରୁନାହିଁ । ସରକାର ୨୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସୋବ ପାଳନ କରୁଥିବା ବେଳେ ଲୋକ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟିଦେଇ ବାସୁଦେବପଡ଼ାକୁ ପାନୀୟ ଜଳର ବ୍ୟବସ୍ଥା କରିବାକୁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.