ଘନାମହୁଲ ଗାଆଁରୁ ଜାମୁଟଜୁରୀ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ଅନ୍ତର୍ଗତ ଘନାମହୁଲ ଗାଁରେ ପଞ୍ଚାୟତ ପକ୍ଷରୁ ସୂଚନା ଫଳକ ଦିଅଯାଇଛି । ସୂଚନା ଫଳକରେ ବିଜୁ କେବିକେ ଯୋଜନାରେ ଘନାମହୁଲ ଗାଆଁରୁ ଜାମୁଟଜୁରୀ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଅଟକଳ ଖର୍ଚ୍ଚ ହୋଇଥିବା ଲେଖାଯାଇଛି । ହେଲେ ଫଳକରେ ଦର୍ଶାଯାଇଥିବା ଅନୁସାରେ କାର୍ଯ୍ୟ ହୋଇନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରାସ୍ତା ତିଆରି ବଦଳରେ ୫୦୦ ଶହ ମିଟର ଡ୍ରେନ୍ ତିଆରି କରାଯାଇଛି । ଆମ ଗାଁକୁ କେତେ ବଡ ବଡ ନେତାମାନେ ଆସି ବାରମ୍ବାର ଫଟୋ ଉଠାଇ ଭିଡିଓ ତିଆରି କରି ଗଲେଣି କିନ୍ତୁ ଏଯାଏଁ ରାସ୍ତା ହୋଇପାରୁନାହିଁ ବୋଲି କହିଛନ୍ତି । ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.