ସପ୍ତାହେରେ ୩ ବାଇକ୍ ଚୋରି ଅଭିଯୋଗ

ଭୁବନେଶ୍ୱର : ସପ୍ତାହେରେ ୩ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହେ ମଧ୍ୟରେ ଏମ୍ସ କ୍ୟାମ୍ପସ୍‌ରୁ ୩ଜଣ ରୋଗୀଙ୍କ ସଂପର୍କୀୟଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୪ ତାରିଖରେ ସତ୍ୟସାଇ ଏନକ୍ଲେଭ୍‌ର ସଂଜୀବ କୁମାର ରାଉତ ଅପରାହ୍ନରେ ଏମ୍ସକୁ ଯାଇଥିଲେ । ପାର୍କିଂରେ ଗାଡ଼ି ରଖି ସେ ହସ୍ପିଟାଲ୍ ଭିତରକୁ ଯାଇଥିଲେ । କାମ ସାରି ରାତି ପ୍ରାୟ ୧୦ଟାରେ ଫେରିବା ବେଳକୁ ପାର୍କିଂରେ ଗାଡ଼ି ନଥିଲା । ଏନେଇ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କୁ ଗାଡ଼ି ବାବଦରେ ପଚାରିଥିଲେ ହେଁ କୌଣସି ଉତ୍ତର ଦେଇପାରି ନଥିଲେ । ଶେଷରେ ତାଙ୍କ ଗାଡ଼ି ଚୋରି ହୋଇଥିବା ଜାଣିପାରିଥିଲେ । ଏହି ଭଳି ଗତ ୧୬ତାରିଖ ଜୀବନ ଜ୍ୟୋତି ଓ ୧୦ତାରିଖ ପ୍ରମୋଦ ପଣ୍ଡାଙ୍କ ବାଇକ୍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । କିଛି କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ବାଇକ୍ ଚୋରି ହେଉଥିବାରୁ ଅଭିଯୋଗକାରୀ ସେମାନଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି । ଖଣ୍ଡଗିରି ପୁଲିସ ୩ଟି ଯାକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.