jayashree

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୩୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
  • ତୁରନ୍ତ ସମାଧାନ ହେଲା ୦୭ଗୋଟି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର କୁମାର ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ଜନିତ ୩୨ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୯ ଗୋଟି, ସାମୁହିକ ଦରଖାସ୍ତ ୦୨ଗୋଟି ରହିଥିବା ବେଳେ, ୦୧ଗୋଟି ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସାହାଯ୍ୟ ନିମନ୍ତେ ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ୩୨ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୦୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୫ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୂର୍ୟ୍ୟ ନାରାୟଣ ଦାଶ, ପିଡି ଡିଆର୍‌ଡିଏ ଡୋଳାମଣି ପଟେଲ, ସୁବର୍ଣ୍ଣପୁର ଏସ୍‌ପି ଅମରେଶ କୁମାର ପଣ୍ଡା, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ଡିଏମ୍‌ଓ -ଏମ୍‌ଏସ୍‌ -ଡ଼ଃ ପ୍ରଦୀପ କୁମାର ଗୁରୁ, ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ବିଭୁ ପ୍ରସାଦ ପଣ୍ଡା, ପି.ଡବ୍ଲୁ.ଡି-କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପି.ଏଚ୍‌.ଡି ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଆରଡି-, ଡି.ଇ.ଓ. ଲକ୍ଷ୍ମଣ ଭୋଇ, ସୋନପୁର ବ୍ଲକ ଅଧ୍ୟକ୍ଷ, ପ୍ରହଲ୍ଲାଦ ନାୟକ, ବିଡ଼ିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ନିର୍ବାହୀ ଅଧିକାରୀ ସୋନପୁର ମ୍ୟୁନିସିପାଲିଟି-ସୂର୍ୟ୍ୟାଂଶୁ ରୁଟ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ସୋନପୁର ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.