
ଭୁବନେଶ୍ୱର, (କେପିଏନ୍ଏସ୍) : ଭରତପୁର ଥାନା ଅଞ୍ଚଳରେ ନବବିବାହିତ ମହିଳାଙ୍କୁ ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ମୁତାବିକ, ଶନିବାର ଦିନ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାତିରେ ଝଗଡ଼ା ଅଧିକ ତିକ୍ତତା ବଢ଼ିଥିଲା । ଆଜି ସକାଳୁ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ଲଭ୍ ମ୍ୟାରେଜ କରି ନବ ବିବାହିତାଙ୍କୁ ଗଞ୍ଜାମରୁ ଉଠାଇ ଆଣିଥିଲେ ଯୁବକ ଜଣକ । ତେବେ କେଉଁ କାରଣରୁ ଏହି ଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।