
ସମ୍ବଲପୁର : ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସହରର ବୈଦନାଥ ଛକ ନିକଟସ୍ଥ ମୁନ୍ଦ୍ରା ଜ୍ଜେଲର୍ସଠାରେ ଗ୍ରାହକ ବେଶରେ ଲୁଟେରା ଆସି ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟି ନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଦୁଇଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ମଧ୍ୟାହ୍ନ ଗୋଟାଏରେ ସୁନା ଦୋକାନରେ ପହଞ୍ଚି ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିବା ବେଳେ ସୁନା ଦୋକାନୀ ଜଣକ ଏନେଇ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଗହଣା ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ଦୋକାନକୁ ଗ୍ରାହକ ବେଶରେ ଆସିଥିବା ଲୁଟେରା ଜଣକ ଟୋପି ପିନ୍ଧିଥିବା ବେଳେ ଗହଣା ଦୋକାନ ବାହାରେ ଛିଡା ହୋଇଥିବା ଅନ୍ୟ ସହଯୋଗୀ ଜଣକ ହେଲେମେଟ ପିନ୍ଧିଥିବା ଜଣାପଡିଛି । ଏନେଇ ଲୁଟର ସବୁ ଲାଇଭ ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି ।