ରେଙ୍ଗାଲି : ଠେଲକୋଲୋଇ ଥାନା ଅନ୍ତର୍ଗତ ନୁଆଁଖିଣ୍ଡା ଗ୍ରାମର ଯୁବକଙ୍କ ଉପରେ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ । ସୂଚନା ଅନୁସାରେ ଗତକାଲି ରାତିରେ ଠେଲକୋଲୋଇରେ ଥିବା ୟୁନିଅନ ବ୍ୟାଙ୍କରେ ଚାକିରି କରୁଥିବା ପରମାନନ୍ଦ ମେହେର ନୁଆଁଖିଣ୍ଡା ଗ୍ରାମର ରାସ୍ତା ପାଖରେ ଛିଡା ହୋଇ ମୋବାଇଲ ଫୋନରେ କଥା ହେଉଥିବା ସମୟରେ ଦୁଇ ଜଣ ଅଚିହ୍ନା ନିଶାସକ୍ତ ଯୁବକ ଏକ ସ୍କୁଟି ଯୋଗେ ତାଙ୍କ ପାଖକୁ ଆସି କଥାବାର୍ତ୍ତା ହେବାକୁ ଚାହିଁଥିଲେ । କିନ୍ତୁ ଶ୍ରୀ ମେହେର ଫୋନରେ ଜରୁରୀ ବାର୍ତ୍ତାଳାପ କରୁଥିବାରୁ ସଂପୃକ୍ତ ଅଜଣା ଯୁବକ ମାନଙ୍କ ସହିତ କଥାବାର୍ତ୍ତା ହେବାକୁ ମନା କରିଥିବାରୁ ଯୁବକ ଦ୍ୱୟ ଉତକ୍ଷିପ୍ତ ହୋଇ ପରମାନନ୍ଦଙ୍କୁ ଧକ୍କା ଦେଇ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଆକ୍ରମଣରେ ପରମାନନ୍ଦଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣାପଡିଛି । ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।